ହୃଦଘାତ ରୋଗୀଙ୍କ ଚିକିତ୍ସା କରୁଥିବା ଅବସ୍ଥାରେ ନିଜେ ଡାକ୍ତର ହୃଦ୍‌ଘାତ ରେ ମୃତ୍ୟୁବରଣ କଲେ

0
102

ନଭେମ୍ବର ୨୯
ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଜଣେ ହୃଦଘାତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ, ନିଜେ ଡାକ୍ତର ହୃଦ୍‌ଘାତର ଶିକାର ହେଲେ। ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ ହଁ ତାଙ୍କର ମୃତ୍ୟୁ ଘଟିଲା I ଯେଉଁ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁଥିଲେ ସେ ମଧ୍ୟ କିଛି ସମୟ ପରେ ମୃତ୍ୟୁ ବରଣ କଲେ। ଡାକ୍ତରଙ୍କ ବୟସ 40 ବର୍ଷ ବୋଲି କୁହାଯାଉଛି I

ଘଟଣା ରୁ ପ୍ରକାଶ, ରବିବାର ସକାଳେ ହାଇଦ୍ରାବାଦର ଗୁଜାଲା ଅଞ୍ଚଳର ବାସିନ୍ଦା ଜାଗିୟା ନାୟକଙ୍କ ହୃଦଘାତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଗାନ୍ଧାରୀ ମଣ୍ଡଳର ଏସ.ଭି ଶ୍ରୀଜା ନର୍ସିଂହୋମକୁ ଅଣାଯାଇଥିଲା। ଡାକ୍ତର ଲକ୍ଷ୍ମଣ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସା କରୁଥିଲେ । ସେ ହଟାତ ହୃଦ୍‌ଘାତରେ ପୀଡିତ ହୋଇଥିଲେ ଏବଂ ତଳେ ପଡ଼ିଯାଇଥିଲେ।

ହୃଦ୍‌ଘାତ ପରେ ଡକ୍ଟର ଲକ୍ଷ୍ମଣଙ୍କ ସାଥୀମାନେ ଜରୁରୀକାଳୀନ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଏହା ପରେ ହସ୍ପିଟାଲର କର୍ମଚାରୀମାନେ ତାଙ୍କ ମୃତଦେହକୁ ଆଇସିୟୁରୁ ​​ବାହାର କରିଥିଲେ। ଏହି ସମୟରେ ଚିକିତ୍ସିତ ହେଉଥିବା ନାୟକଙ୍କ ଅବସ୍ଥା ମଧ୍ୟ ବିଗିଡି ଯାଇଥିଲା। ରୋଗୀର ପରିବାର ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here