୨୪୬ ବିଦେଶ ଫେରନ୍ତା ପଜିଟିଭ : ଜିନମ ସିକ୍ୟୁସିଂ ପାଇଁ ଗଲା ନମୁନା

0
708
ରାଜ୍ୟରେ କରୋନା ଲମ୍ଫ ମାରୁଛି
ରାଜ୍ୟରେ କରୋନା ଲମ୍ଫ ମାରୁଛି

ଭୁବନେଶ୍ୱର : ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ ଥିବା ଜଣାଯାଇଛି। ସମସ୍ତଙ୍କ ନମୁନା ଜିନମ ସିକ୍ୟୁସିଂ ପାଇଁ ଆଇଏଲଏସକୁ ଆସିଛି। ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନମ ସିକ୍ୱେସିଂ ହୋଇଥିଲା। ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନି ।  ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ନଭେମ୍ବର ୨୪ ପରେ ଓମିକ୍ରନ ଆକ୍ରାନ୍ତ ଦେଶରୁ  ଆମ ରାଜ୍ୟକୁ ୮୦୦ରୁ ଊର୍ଦ୍ଧ୍ୱ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ।  ଏଥିନିମନ୍ତେ ଉକ୍ତ ୨୪୬  ପଜିଟିଭଙ୍କ ସାମ୍ପଲ ଜିନମ ସିକ୍ୟୁଏନସିଂ ପାଇଁ ଭୁବନେଶ୍ୱର ଆଇଏଲ୍ଏସ୍ ପଠାଯାଇଥିବା ସୂଚନା ମିଳିଛି।

ଏଯାଏ ରାଜ୍ୟରେ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନ ଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି।  ଏହି ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୟୁଏନସିଂ ହେବା ପରେ ଆସନ୍ତା ଶୁକ୍ରବାର ଆସିଯିବ ରିପୋର୍ଟ। ଏହାପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ,  ନଭେମ୍ବର ୨୪ ପରଠୁ ଏଯାଏ ଓମିକ୍ରନ ଆକ୍ରାନ୍ତ ରାଷ୍ଟରୁ ୮ଶହରୁ ଅଧିକ ଯାତ୍ରୀ ରାଜ୍ୟକୁ ଫେରିଲେଣି। ହେଲେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ ୩୨୦ଜଣଙ୍କ ପତ୍ତା ମିଳିପାରୁନି  । ଯାଞ୍ଚ ବେଳେ ବହୁ ଯାତ୍ରୀ ଭୁଲ୍‌ ଠିକଣା ଏପରିକି ବିଦେଶର ଠିକଣା ଦେଇଦେଉଥିବାରୁ ଏପରି ସ୍ଥିତି ଉପୁଜିଛି। ସେମାନଙ୍କୁ ଖୋଜିବାକୁ ଯଥାସାଧ୍ୟ ଚେଷ୍ଟା ଚାଲିଥିବାରୁ ଭୟଭୀତ କରିବାର କିଛି ନାହିଁ ବୋଲି ଅଭୟବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ହେଲେ ଏହାକୁ ମାନିପାରୁ ନାହାନ୍ତି ରାଜ୍ୟବାସୀ। ବେଳ ଥାଉ ଥାଉ ସାବଧାନତା ଅବଲମ୍ବନ ନ କଲେ ପୁଣି ଥରେ ପୂର୍ବ ପରି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ଦେଖାଦେଲାଣି।

 

Also Read  Odisha has always been a preferred destination for Metal Sector investments: Naveen Patnaik