ମୁମ୍ବଇ: ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୫ତମ ସଂସ୍କରଣ ଶନିବାରଠାରୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି। ଲିଗ୍ ମୁମ୍ବଇର ୩ଟି ସ୍ଥାନ ଓ ପୁଣେରେ ଖେଳାଯିବ। ଏହି ବ୍ୟୟବହୁଳ ଲିଗ୍ରେ ଚଳିତ ଥର ୧୦ଟି ଦଳ ଅଂଶଗ୍ରହଣ କରୁଥିବାବେଳେ ନୂଆ ଫର୍ମାଟରେ ଖେଳାଯିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦୁଇବର୍ଷ ପରେ ଷ୍ଟାଡ଼ିିୟମରେ ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବା ଲାଗି ଅନୁମତି ମିଳିଛି। ୬୫ ଦିନ ଧରି ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ମୋଟ ୭୪ଟି ମ୍ୟାଚ ଖେଳାଯିବ।
ସବୁ ମ୍ୟାଚ ମୁମ୍ବଇର ୩ଟି ଷ୍ଟାଡ଼ିିୟମ ୱାଙ୍ଖେଡ, ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡ଼ିୟମ ସହ ପୁଣେର ଏମ୍ସିଏ ଷ୍ଟାଡ଼ିୟମରେ ଖେଳାଯିବ। ମୁମ୍ବଇରେ ମୋଟ ୫୫ଟି ମ୍ୟାଚ ଖେଳାଯିବାବେଳେ ପୁଣେରେ ୧୫ଟି ମ୍ୟାଚ ଖେଳାଯିବ। ମୁମ୍ବଇର ୱାଙ୍ଖେଡରେ ୨୦ଟି, ବ୍ରାବୋର୍ଣ୍ଣରେ ୧୫ଟି ଓ ଡିୱାଇ ପାଟିଲ ଷ୍ଟାଡ଼ିୟମରେ ୨୦ଟି ମ୍ୟାଚ ଖେଳାଯିବ। ପୁଣେର ଏମ୍ସିଏ ଷ୍ଟାଡ଼ିୟମରେ ୧୫ଟି ମ୍ୟାଚ ଖେଳାଯିବ। ପ୍ରତି ଦଳ ୱାଙ୍ଖେଡ ଓ ଡିୱାଇ ପାଟିଲ ଷ୍ଟାଡ଼ିୟମରେ ୪ଟି ଲେଖାଏଁ , ବ୍ରାବୋର୍ଣ୍ଣ ଓ ଏମ୍ସିଏରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ।