ଆଜିଠୁ ଯୋରନ୍ଦା ମେଳା : କରୋନା କଟକଣାରେ ଚାଲିଛି ମେଳା

0
771

ଢ଼େଙ୍କାନାଳ: ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ମହିମା ମାଘ ମେଳା ଆରମ୍ଭ ହୋଇଛି। ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ ହୋଇଥବାରୁ କେବଳ ମହିମା ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀଙ୍କୁ ମନ୍ଦିର ଅନୁପ୍ରବେଶ ଲାଗି ଅନୁମତି ରହିଛି ।

ଦୁଇଟି ଡୋଜ ଟିକା ନେଇଥିବା ସନ୍ଥମାନଙ୍କୁ ଗାଦୀ ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ମିଳିଛି। କୋଭିଡ୍ ଟିକା ନେଇନଥିବା ସାଧୁସନ୍ଥମାନଙ୍କ ପାଇଁ  ଟିକାକରଣର ବ୍ୟବସ୍ଥା କରାଯାଇଛି।  ଏହା ସହିତ ଅଟୋମେଟିକ ସାନିଟାଇଜେସନ ମେସିନର ସୁବିଧା ମଧ୍ୟ କରାଯାଇଛି। ଆଜି ମାଘ ଚତୁର୍ଦ୍ଦଶୀ। ଆସନ୍ତାକାଲି ମାଘ ପୂର୍ଣ୍ଣିମା ଓ ୧୭ ତାରିଖ ଦିନ ଗୁରୁ ପୂର୍ଣ୍ଣିମ। ଏହି ତିନି ଦିନ ମେଳା ପାଳନ ହେବ। ଏଥିପାଇଁ ଯୋରନ୍ଦା ମହିମା ଗାଦୀ ପୀଠରେ ବିଭିନ୍ନ ପ୍ରସ୍ତୁତି କରାଯାଇଛି।  ଆଜି ଓ ଆସନ୍ତାକାଲି ଦୁଇ ଦିନ ଏଠାରେ ସଂଧ୍ୟା ସମୟରେ ବିଶ୍ୱର ମଙ୍ଗଳ କାମନା କରି ଝାଡଦୀପ ପ୍ରଜ୍ୱଳନ କରାଯିବ। ସାଧୁସନ୍ଥଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

Also Read  KIIT limps back to normalcy after uproar over Nepalese student's death, accused student in police remand