ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସିଲେ, ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକ ନାହିଁ

0
449
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର: କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଓ ହସ୍ପିଟାଲ ରେଟ ଦେଖିଲେ ରାଜ୍ୟ ଭଲ ସ୍ଥିତିରେ ରହିଛି। ଡେଞ୍ଜର ଜୋନରୁ ଆମେ ବାହାରି ଯିବା। ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସୁଛନ୍ତି, ସେମାନଙ୍କ ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକ ନାହିଁ। କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ ଦେଇଛନ୍ତି ସେଇ ଅନୁସାରେ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ମୃତ୍ୟୁସଂଖ୍ୟା ମଧ୍ୟ ଧୀରେ ଧୀରେ ଧୀରେ କମିବ। ପୂର୍ବ ମୃତ୍ୟୁଗୁଡ଼ିକର ଅଡିଟ କରି ମୃତ୍ୟୁସଂଖ୍ୟା ପ୍ରକାଶ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦୦ ତଳେ ରହୁଛି । ଆଜି ୯୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ପିଲା । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରୁ ୮୮ ଜଣ, ଜଗତସିଂହପୁରରୁ ୫୦ ଜଣ, ଯାଜପୁରରୁ ୪୭ ଜଣ, କୋରାପୁଟରୁ ୪୬ ଜଣ, ଅନୁଗୁଳରୁ ୪୪ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୧୩ ଜଣ, ଭଦ୍ରକରୁ ୧୬ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୨୩, କଟକରୁ ୫୨ ଜଣ, ଦେବଗଡ଼ରୁ ୧୭ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଜପତିରୁ ୩୮, ଗଞ୍ଜାମରୁ ୨୬ ଜଣ,  ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୩୪ ଜଣ, କେଉଁଝରରୁ ୨୦ ଜଣ,  ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୩୧ ଜଣ, ନବରଙ୍ଗପୁରରୁ ୬ ଜଣ, ନୟାଗଡ଼ରୁ ୨୧ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ୱଲପୁରରୁ ୨୯ ଜଣ, ସୋନପୁରରୁ ୧୮ ଓ ଷ୍ଟେଟ ପୁଲରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Also Read  Minor Girl Drowns to Death in Baleswar