ଭିଜିଲାନ୍ସ ଜାଲରେ କୁବେର ଅତିରିକ୍ତ ଏସପି : ବିଏମ୍‌ଡବ୍ଲ୍ୟୁ ଭଳି ବହୁ ଦାମୀ କାର ଚଢ଼ୁଥିଲେ

0
640

କଟକ : କଟକରେ ପୁଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଥିବା ତ୍ରିନାଥ ମିଶ୍ରଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୧୧ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ତାଙ୍କ ପାଖରୁ କେବଳ ୨ କୋଟି ଟଙ୍କାର ବିଭିନ୍ନ କାର୍ ଜବତ ହୋଇଥିବାର ସୂଚନା ମିଳିଛି।

ଏକ ବିଏମଡବ୍ଲ୍ୟୁ ଗାଡ଼ି, ଯାହାକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଛି ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଛି, ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା। ଏହି ବିଏମଡବ୍ଲ୍ୟୁ ଗାଡିକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଛି ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଛି। ଏହାଛଡ଼ା ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲବ୍ଲେଜର କାର୍ ବି ଠାବ ହୋଇଛି। ଏଣେ ଏକ ରକେଟ୍ ଥ୍ରି ବାଇକ୍ ବି ଜବତ ହୋଇଛି, ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ତାଙ୍କର ଏକ ବୁଲେଟ୍ ବି ଜବତ ହୋଇଛି। ଏହାଠାରୁ ତ୍ରିନାଥ ମିଶ୍ରଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ବି ଜବତ ହୋଇଛି। ୨୮ଟି ଆକାଉଣ୍ଟ ବି ଠାବ କରାଯାଇଛି।

ତ୍ରିନାଥ ମିଶ୍ରଙ୍କ କଟକ ତୁଲସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ଯାଞ୍ଚ ହେଉଛି । ଏହାସହ ଯାଜପୁର ବଡ଼ଚଣାରେ ଥିବା ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍‌ରେ ବି ଚଢ଼ାଉ ହୋଇଛି । ତା’ସହ ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଜଗତସିଂହପୁର ବିରିଡ଼ିରେ ଥିବା ଘରେ ବି ଚାଲିଛି ଯାଞ୍ଚ । ଆଉ ଦୁଇ ମାସ ପରେ ଅବସର ନେଇଥାନ୍ତେ ତ୍ରିନାଥ ମିଶ୍ର । ହେଲେ ତା’ ପୂର୍ବରୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ ।  ଏବେ ସକାଳୁ ସକାଳୁ ରେଡ ଆରମ୍ଭ ହୋଇଥିବାରୁ ସମୁଦାୟ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ।

Also Read  Govt School buildings to adopt new colour code