ଆଜିଠୁ ଖୋଲିଲା ଶ୍ରୀମନ୍ଦିର

0
536

ପୁରୀ : ଭକ୍ତଙ୍କ ଲାଗି ଆଜିଠୁ ଖୋଲିଲା ଶ୍ରୀମନ୍ଦିର। ପ୍ରାୟ ୩ ସପ୍ତାହର ବ୍ୟବଧାନ ପରେ କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କରୋନା କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।

କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପିବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା।  ତେବେ ବର୍ତ୍ତମାନ, ସ୍ଥିତିରେ ସୁଧାର ଆସିଥିବାରୁ ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲାଯାଇଛି ଶ୍ରୀମନ୍ଦିର। ପ୍ରଥମ ଦିନରୁ ଭକ୍ତଙ୍କ ଗହଳି ଅନୁମାନ କରାଯାଉଥିବାରୁ ଏହା ପୂର୍ବରୁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ।

ଭକ୍ତଙ୍କ ଲାଗି ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ପୂର୍ବଭଳି ଦୁଇଟି ଡୋଜ ଟିକାର ପ୍ରମାଣପତ୍ର କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ମନ୍ଦିର  ଭିତରକୁ ପ୍ରବେଶ କରିପାରିବେ। ପୁରୀର ସ୍ଥାନୀୟ ବାସିନ୍ଦା ପଶ୍ଚିମ ଦ୍ୱାର ଦେଇ ମନ୍ଦିର ପ୍ରବେଶ କରିପାରିବେ।  ସାନିଟାଇଜେସନ ପାଇଁ ପୂର୍ବ ଭଳି  ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ।

ସେହିପରି ଆଜିଠୁ ଖୋଲିଲା ମାଆ ସମଲେଶ୍ୱରୀରଙ୍କ ମନ୍ଦିର। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କୋଭିଡ୍ କଟକଣା ଭିତରେ ମନ୍ଦିରକୁ ଖୋଲାଯାଇଛି। କଟକଣା ଭିତରେ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନର ସୁଯୋଗ ପାଇବେ। ମନ୍ଦିର ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ ଏବଂ ଅପରାହ୍ନ ଗୋଟାଏରୁ ସଂଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ରହିବ। ତେବେ ମନ୍ଦିର ସାନିଟାଇଜେସନ ପାଇଁ ପ୍ରତି ଗୁରୁବାର ବନ୍ଦ ରହିବ।

Also Read  Heavy winds and rain gives relief from the scorching sun; Also creates havoc around the town