ଆଜିଠୁ ପିଲାଙ୍କ ଟିକା ପାଇଁ ପଞ୍ଜୀକରଣ : ବୁକ୍‌ କଲେଣି ୪୫ ହଜାର

0
371
ବୁକ୍‌ କଲେଣି ୪୫ ହଜାର
ବୁକ୍‌ କଲେଣି ୪୫ ହଜାର

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ପୁଣି ମହାମାରୀ କରୋନାର ଗ୍ରାଫ ବଢ଼ିବାରେ ଲାଗିଛି। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ୍‌ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାକୁ ମାତ୍‌ ଦେବା ପାଇଁ ଜୋରସୋର୍‌ରେ ଟିକା କରଣ ଚାଲିଛି। ବୟସ୍କ ଓ ଯୁବବର୍ଗଙ୍କ ପରେ ଏବେ ପିଲାଙ୍କୁ ମଧ୍ୟ ଟିକା ଦିଆଯିବ। ଏଥିପାଇଁ ୧୫ରୁ ୧୮ କିଶୋରମାନେ ଆଜିଠାରୁ କରୋନା ଟିକା ପାଇଁ ପୋର୍ଟାଲରେ ପଞ୍ଜିକରଣ କରିପାରିବେ। ତେବେ ଆରମ୍ଭ ହେଉ ହେଉ କିଛି ସମୟ ମଧ୍ୟରେ ୪୫ ହଜାରରୁ ଅଧିକ ପିଲା ଟିକା ପାଇଁ ପଞ୍ଜୀକୃତ ହୋଇସାରିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

କୋଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ ଲଗ୍ ଇନ୍ କରିବା ପରେ ମୋବାଇଲ ନମ୍ବର ଦେଇ OTP ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରାଯାଇପାରିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ କରି ୩ ତାରିଖ ପରଠାରୁ ଟିକା ନେଇପାରିବେ ପିଲା।  ରାଜ୍ୟରେ ଏବେ ୨୬୦୦ ଟିକାକରଣ କେନ୍ଦ୍ର ଅଛି।  ସେଥିରୁ କେତେକ କେନ୍ଦ୍ରରେ କେବଳ କିଶୋରଙ୍କୁ ଟିକା ଦିଆଯିବ। ବାକି କେନ୍ଦ୍ରରେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ କିଶୋରମାନେ ଟିକା ନେଇପାରିବେ।  ଟୀକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ୍ ବୁକିଂ ମଧ୍ୟ କରି ହେବ।  ୨୦୦୫ରୁ ୨୦୦୭ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କ ପାଇଁ ପଞ୍ଜୀକରଣ କରିବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଏବେ ରାଜ୍ୟରେ ୧୫ଲକ୍ଷ ଡୋଜ କୋଭାକ୍ସିନ ମହଜୁଦ ଥିବା ସେ ସୂଚନା ଦେଇଛନ୍ତି।

Also Read  ୧୮୩ କୋଟି ଟଙ୍କାରେ ବିକ୍ରି ହେଲା ଜୁହୁରେ ଥିବା ବି. ଆର୍‌. ଚୋପ୍ରାଙ୍କ ବିରାଟ ବଙ୍ଗଳା

LEAVE A REPLY

Please enter your comment!
Please enter your name here