ଦିଲ୍ଲୀରେ ଆରମ୍ଭ ହୋଇଛି ତୃତୀୟ ଲହର୍‌; ଆଜି ମାମଲା ୧୦,୦୦୦ ହୋଇପାରେ: ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

0
790
ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌
ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ରେ ତୃତୀୟ ଲହର ଆରମ୍ଭ ହେଇଯାଇଛି ବଳି କହିଛନ୍ତି I ଆଜି ଦଶ ହଜାର ନୂଆ ସଂକ୍ରମଣ ରିପୋର୍ଟ ଆସିବାର ଆଶା କରାଯାଉଛି ବୋଲି ସେ କହିଛନ୍ତି I

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ଦୈନିକ ପଜିଟିଭ୍‌ ହାର ୧୦% ନିକଟବର୍ତ୍ତୀ ହୋଇପାରେ। କୋଭିଡ୍‌-୧୯ ନମୁନାର ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ ପ୍ରସଙ୍ଗରେ କହିବା ବେଳେ ଜୈନ୍ କହିଲେ ଯେ, ସମ୍ପ୍ରତି ସବୁ ନମୁନାଗୁଡ଼ିକର ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ କରିବା ସମ୍ଭବପର ନୁହେଁ। ମାତ୍ର ୩୦୦-୪୦୦ ନମୁନାର ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ କରାଯାଉଛି।

ଏବେ କୋଭିଡ୍‌-୧୯ ପରୀକ୍ଷା ବୃଦ୍ଧି ପାଇଛି ଏବଂ ମଙ୍ଗଳବାର ଦିନ ପ୍ରାୟ ୯୦,୦୦୦ ପରୀକ୍ଷା କରାଯାଇଥିଲା। ପୂର୍ବରୁ ୧୦% ସଂରକ୍ଷିତ ଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ପରିମାଣ ୪୦% ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ଘରୋଇ ଡାକ୍ତରଖାନାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ପାଖାପାଖି ୨% ଶଯ୍ୟା ଅଧିକୃତ ହୋଇସାରିଛି।

କୋଭିଡ୍-ସୁରକ୍ଷା ନିୟମ ମାନିବା ପାଇଁ ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିବା ସହ ସୁରକ୍ଷାରେ ଢିଲା ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଦ୍ରୁତ ବେଗରେ କୋଭିଡ୍‌ ବ୍ୟାପୀ ଚାଲିଛି। କୋଭିଡ୍‌ ରୋଗୀମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କ ମଧ୍ୟରେ ଲକ୍ଷଣ ପରିପ୍ରକାଶ ଘଟୁଛି। ତାହା ପୁଣି ଅତି ସାମାନ୍ୟ। କିନ୍ତୁ, ‌କୋଭିଡ୍‌ ନିୟମାବଳୀ ମାନନ୍ତୁ। ଡରିବା ଅନାବଶ୍ୟକ। ମଙ୍ଗଳବାର ଦିନ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଅବସ୍ଥା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏବେ ସେ ଭଲ ଅଛନ୍ତି। କିନ୍ତୁ, ଏକାନ୍ତବାସ କରୁଛନ୍ତି।

Also Read  5 arrested for kidnap, murder of 91-yr-old