ଆଜି ଖୋଲିବ ଶିମିଳିପାଳ ଅଭୟାରଣ୍ୟ

0
756
Similipal National Park Opens For Visiters
Similipal National Park Opens For Visiters

ବାରିପଦା: ଶନିବାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଖୋଲିବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ବେଳେ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। କରୋନା କଟକଣା ଭିତରେ ଏହା ଭିତରକୁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି। କାଳେ ଏହି ସମୟରେ କିଛି ଅଘଟଣ ଘଟିବ, ସେଭଳି ଆଶଙ୍କା କରାଯାଇ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ୩ ଦିନ ଧରି ବନ୍ଦ ରଖାଯାଇଥିଲା। ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ମନା ହୋଇଥିଲା। ଏହାପରେ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଥିଲା।

Also Read  ଶ୍ରୀମନ୍ଦିର ପାଇଁ ଜମିଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ