ଆପାର୍ଟମେଣ୍ଟ ଉପରେ ରୁଷ ର କ୍ଷପଣାସ୍ତ୍ର ମାଡ: ଆପାର୍ଟମେଣ୍ଟ ଧ୍ବଂସ

0
1849
ଆପାର୍ଟମେଣ୍ଟ ଉପରେ ରୁଷ ର କ୍ଷପଣାସ୍ତ୍ର ମାଡ: ଆପାର୍ଟମେଣ୍ଟ ଧ୍ବଂସ
ଆପାର୍ଟମେଣ୍ଟ ଉପରେ ରୁଷ ର କ୍ଷପଣାସ୍ତ୍ର ମାଡ: ଆପାର୍ଟମେଣ୍ଟ ଧ୍ବଂସ

ଫେବୃଆରୀ ୨୬
ଶନିବାର ଦିନ ସକାଳେ ରାଜଧାନୀରେ ରୁଷିଆ ଏବଂ ୟୁକ୍ରେନ ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ କୀଏଭ ର ଏହା ଆପାର୍ଟମେଣ୍ଟ ଉପରେ ରୁଷ ର କ୍ଷପଣାସ୍ତ୍ର ମାଡ ହେଇଛି I ଆପାର୍ଟମେଣ୍ଟ ଟି କ୍ଷତିଗ୍ରସ୍ତ ହେଇଛି I ଉଦ୍ଧାର କାର୍ଯ୍ୟ ଚାଲିଛି I କେତେଜଣ ମୃତାହତ ହେଇଛନ୍ତି ସେ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିନାହିଁ I କ୍ଷପଣାସ୍ତ୍ର ଟି ପାଞ୍ଚମହଲା ରେ ମାଡ ହେଇଥିଲା I ଆପାର୍ଟମେଣ୍ଟ ର ବହୁ ଅଂଶ ଭୁଶୁଡିପଡିଛି I
ଗୁରୁବାର ଦିନ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା I ସେହିଦିନଠାରୁ ପ୍ରାୟ ୧୪ ଟି ଏୟାର ବେସ, ୧୯ ଟି କମାଣ୍ଡ ସୁବିଧା ଥିବା ସ୍ଥାନ ସମେତ ୮୨୧ ଟି ସାମରିକ ସ୍ଥଳ ଉପରେ ରୁଷିଆ ଆକ୍ରମଣ କରିଛି ବୋଲି ରୁଷିଆ ପକ୍ଷରୁ କୁହାଯାଇଛି I ଏହାଦ୍ୱାରା ୨୪ ଟି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ, ୪୮ ଟି ରାଡାର, ସାତୋଟି ଯୁଦ୍ଧ ବିମାନ, ସାତୋଟି ହେଲିକପ୍ଟର, ନଅଟି ଡ୍ରୋନ, ୮୭ ଟ୍ୟାଙ୍କ ଏବଂ ଆଠଟି ସାମରିକ ଜାହାଜ ଧ୍ବଂସ ହେଇଛି ବୋଲି ରୁଷିଆ କହିଛି I
ମେଜର ଜେନେରାଲ କୋନାଶେଙ୍କୋଭ ଦାବି କରିଛନ୍ତି ଯେ ଆଜୋଭ ସାଗର ଉପକୂଳରୁ ପ୍ରାୟ 35 କିଲୋମିଟର ଦୂରରେ ଥିବା ମେଲିଟୋପୋଲ ସିଟି କୁ ରୁଷିଆ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛି ଏବଂ ଡୋନାବାସର ପୂର୍ବ ଅଞ୍ଚଳରେ ରୁଷିଆ ସମର୍ଥିତମାନେ ବିଚ୍ଛିନ୍ନତାବାଦୀମାନେ ବେଶ ଅଗ୍ରଗତି କରିଛନ୍ତି I
ଏହି ସମୟରେ, ରାଜଧାନୀର ଦକ୍ଷିଣରେ ଥିବା ଏକ ସହରର ମେୟର କହିଛନ୍ତି ଯେ ଗୋଟିଏ Military Air Base କୁ ନିଜ ଅକ୍ତିଆର କୁ ନେବାପାଇଁ ଯେଉଁ ଉଦ୍ୟମ କରିଥିଲେ ତାହା ବିଫଳ ହେଇଛି I ୟୁକ୍ରେନ ର ସୈନ୍ୟବାହିନୀ ସେମାନଙ୍କ ଉଦ୍ୟମ କୁ ଭଂଡୁର କରିଦେଇଛନ୍ତି I

Also Read  Indian Youth Dies Of Brain Hemorrhage In Ukraine