ଆମକୁ ଛାଡ଼, ଆମେ ମରିବୁ…

0
720
ଆତ୍ମାହୂତି ଉଦ୍ୟମ
ଆତ୍ମାହୂତି ଉଦ୍ୟମ

ବରଗଡ : ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ। କିରୋସିନି ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି ଦୁଇ ଗ୍ରାମବାସୀ। ଏତିକି ବେଳେ ପୁଲିସ ଘଟଣାସ୍ଥଳେ ପହଞ୍ଚି ଦୁଇ ଜଣଙ୍କୁ କାବୁ କରିଛି। ସେମାନଙ୍କ ଠାରୁ କରୋସିନି ବୋତଲ ମଧ୍ୟ ଛଡାଇ ନେଇଛି।

ସୂଚନାନୁସାରେ, ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତରେ ସରକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗରେ ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ। ମନରେଗା, ଆବାସ ଆଦି ଯୋଜନାରେ ହେର୍‌ଫେର ହୋଇଥିବା ନେଇ ପ୍ରବଳ ପ୍ରତିବାଦ କରିଥିଲେ।

ଇଓଜିଆର୍‌ସ୍‌ଙ୍କୁ ପଦବୀରୁ ହଟାଇବା ଓ ଗାଇସିଲଟ ବିଡିଓକୁ ବଦଳି ଦାବି କରି ୧୦ରୁ ଅଧିକ ଲୋକ ଆନ୍ଦୋଳନ କରିଥିଲେ। ପ୍ଲା-କାର୍ଡ ଧରି ନାରାବାଜି ମଧ୍ୟ ଦେଇଥିଲେ। ଏହାପରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଦୁଇ ଜଣ କିରୋସିନି ଢ଼ାଳି ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟ। ଆତ୍ମାହୂତି ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ ପୁଲିସ କାବୁ କରି ନେଇଥିବା ଜଣାପଡିଛି।
Also Read  ଆଇପିଏଲ : ଗୁଜୁରାଟ ଆଗରେ ୧୭୮ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ