ଆରମ୍ଭ ହେବ ପିଏମ୍‌ ଗତିଶକ୍ତି

0
245
Highlights Of Union Budget 2022-23 Presented In Parliament
Highlights Of Union Budget 2022-23 Presented In Parliament

ନୂଆଦିଲ୍ଲୀ: ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି। ରେଲ୍, ରୋଡ୍, ଏୟାରେୱେଜ୍, ୱାଟରୱେଜ୍ ପାଇଁ ପିଏମ୍ ଗତିଶକ୍ତି ଯୋଜନା ଆରମ୍ଭ ହେଉଛି। ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ। ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ସେହିପରି  ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ଉପଯୋଗ ହେବ। ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି। ନୀଳାଚଳ ଇସ୍ପାତ ନିଗମ ଲି. ବିନିବେଶ ଚୂଡ଼ାନ୍ତ କରାଯାଇଛି। ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

Also Read  ମହାନଦୀରେ ଡକାଡକି ହୋଇ ଚାଲିଗଲେ ୪ ସାଙ୍ଗ

LEAVE A REPLY

Please enter your comment!
Please enter your name here