ଆଜିଠୁ ନୂଆ କଟକଣା : ରାତି ୯ରୁ ନାଇଟ୍ କର୍ଫ୍ୟୁ

0
578

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଜାରି ହେବାକୁ ଯାଉଛି ଜାନୁଆରୀ ମାସର ଗାଇଡଲାଇନ୍। ଆଜିଠାରୁ ରାତି ୯ରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ୫୦% କ୍ଷମତାରେ ହୋଟେଲ ଓ ବାର୍ ଚାଲିବ। ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ। କିନ୍ତୁ ଏକା ସମୟରେ ସର୍ବାଧିକ ୫ଜଣ ଗ୍ରାହକ ରହିବେ। ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ। ତେବେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ। ମଲ୍ ଓ ବଜାରରେ ଭିଡ଼ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ। ନିୟମ ଉଲ୍ଲଂଘନ କଲେ ୭ ଦିନ ଯାଏ ଦୋକାନ ବନ୍ଦ କରାଯିବ।

ପର୍ଯ୍ୟଟନ ସ୍ଥାନ ଓ ପାର୍କରେ ପିକନିକ୍ ହୋଇପାରିବନି। ସେହିପରି ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିବ। ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିବେ। ସର୍ବାଧିକ ୫୦ଲୋକଙ୍କୁ ନେଇ ଇଣ୍ଡୋର ଓ ଆଉଟଡୋର ଫିଲ୍ମ ସୁଟିଂ ହେବ। ବାହାଘର ଓ ବ୍ରତଘରରେ ୧୦୦ ଜଣ ଏବଂ ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ରହିଛି।

ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ସାମିଲ ହୋଇପାରିବେ। ବାହାଘର ଏବଂ ରିସେପ୍ସନ ଛଡ଼ା ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ହୋଇପାରିବନି। ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ତେବେ ଅନୁସଚିବ ପାହ୍ୟାରୁ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ଦୈନିକ ଅଫିସ ଆସିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ସବୁ ବିଭାଗୀୟ ମୁଖ୍ୟ ଦପ୍ତରର କର୍ତ୍ତୃପକ୍ଷ ଦୈନିକ କେଉଁ କର୍ମଚାରୀ ଅଫିସ ଆସିବେ ତାହା ସ୍ଥିର କରିବେ।

ସେହିପରି ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ ଆୟୋଗଙ୍କ ଅଫିସ ୭୫ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ଜରୁରୀ ସେବା ପ୍ରଦାନ କରୁଥିବା ଅଫିସଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ ନାହିଁ।

Also Read  Plans on anvil for 16 dams, 15 barrages on Mahanadi in Odisha