ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ, ଥାନାରେ ଏତଲାଦେଲେ ପୁଅ

0
883

ଭୁବନେଶ୍ବର: ଆସିକା ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମେ’ ୧୨ରୁ ବାପା ସରୋଜ କୁମାର ପାଢ଼ୀ ନିଖୋଜ ଥିବା ନେଇ ପୁଅ ସଙ୍ଗୀତ ପାଢ଼ୀ ଥାନାରେ ଏତଲା ଦେଇଛନ୍ତି। ପୁଅ ସଙ୍ଗୀତ ପାଢ଼ୀ କହିଛନ୍ତି ଯେ ବାପା ସରୋଜ ପାଢ଼ୀ ଗତକାଲି ସକାଳ ସାଢ଼େ ୮ଟାରେ ଘରୁ ଯାଇ ଆଉ ଫେରିନାହାନ୍ତି।

ସାଙ୍ଗରେ ମୋବାଇଲ ଫୋନ ନେଇଥିଲେ ବି ତାହା ସ୍ବିଚଅଫ ରହିଛି। ତାଙ୍କ ନିକଟକୁ ଅନେକ କଲ ଆସୁଥିଲା ଏବଂ ତାହାକୁ ନେଇ ବାପା ବିରକ୍ତି ପ୍ରକାଶ କରୁଥିଲେ। ବାପା ଘରୁ ଯିବା ପରେ ତାଙ୍କ ସହ ଯୋଗାଯୋଗ ହୋଇନ ପାରିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କର ଖୋଜଖବର ଜାଣିବା ପାଇଁ ଥାନାରେ ଏତଲା ଦେଇଛି।

Also Read  ଆଜି ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବଢିଛି