ଅଲଗା ହେବେ ଅଭିନେତା ସୋହେଲ ଖାନ ଓ ପତ୍ନୀ ସୀମା ଖାନ

0
183
after-24-years-of-marriage-sohail-khan-seema-khan-file-for-divorce

ମୁମ୍ବାଇ: ଖୁବ ଶୀଘ୍ର ଅଲଗା ହେବେ ବଲିଉଡ୍ ଅଭିନେତା ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ସ୍ତ୍ରୀ ସୀମା ଖାନ । ଶୁକ୍ରବାର ଦିନ ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଶୁକ୍ରବାର ଏମାନେ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡପତ୍ର ଆବେଦନ କରିଛନ୍ତି । ଉଭୟ ପରସ୍ପରର ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଅଲଗା ହେବା ପରେ ବି ସେମାନେ ବନ୍ଧୁ ଭାବେ ଆଗାମୀ ଦିନରେ ରହିବେ ବୋଲି ସୂଚନା ମିଳିଛି ।

ସୋହେଲ୍ ଓ ସୀମାଙ୍କର ବିବାହ ୧୯୯୮ରେ ହୋଇଥିଲା । ଏହି ଦମ୍ପତ୍ତିଙ୍କର ୟୋହାନ୍ ଓ ନିର୍ବାଣ ନାମରେ ଦୁଇ ସନ୍ତାନ ରହିଛନ୍ତି । ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ୨୦୧୭ରେ ସୋହେଲ୍ ଓ ସୀମାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହୋଇଥିଲା । ସେସମୟରେ ଦୁହେଁ ଏସମ୍ପର୍କରେ ଚୁପ୍ ରହିଥିଲେ । ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍‌ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।

Also Read  ପ୍ରତ୍ୟାହୃତ ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି

LEAVE A REPLY

Please enter your comment!
Please enter your name here