ଉଦ୍ଧାର ହେଲେ ସମିତି ସଭ୍ୟ ପ୍ରାର୍ଥଙ୍କ ସ୍ୱାମୀ

0
642

ଢେଙ୍କାନାଳ: ସମିତି ସଭ୍ୟ ପ୍ରାର୍ଥୀଙ୍କ ନିଖୋଜ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ୨ନମ୍ବର ଜିଲ୍ଲା ପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାଶଙ୍କୁ ଟାଉନ୍ ଥାନା ଅନ୍ତର୍ଗତ ରାମେଶ୍ବରପୁର ବାଜିଚୌକ ଓଭରବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଥିଲା। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ୨ନମ୍ବର ଜିଲ୍ଲା ପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାଶ ନିଖୋଜ ଥିଲେ। ଆଜି ସାଙ୍କୁଲେଇ ପଞ୍ଚାୟତରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଗତକାଲି ରାତିରେ ଚିନ୍ମୟ ଘରକୁ ଫେରୁଥିବାବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ଅଟକାଇଥିଲେ। ଏନେଇ ଚିନ୍ମୟ ଫୋନ ଯୋଗେ ଘରକୁ ଜଣାଇଥିଲେ। ଏହାପରେ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା। ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା।

ଶେଷରେ ଘଟଣା ସମ୍ପର୍କରେ ଚିନ୍ମୟଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଢୋଲପଶି-ସାଙ୍କୁଲେଇ ରାସ୍ତାକଡ଼ରୁ ଚିନ୍ମୟଙ୍କ ସ୍କୁଟିକୁ ପୁଲିସ୍ ଜବତ କରିଛି। ସ୍କୁଟିରେ ରକ୍ତ ଛିଟା ଲାଗିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।

Also Read  Sambit Patra blames BJD: Express concerns over problems in Odisha