ଉପରମୁହାଁ କରୋନା ଗ୍ରାଫ : ପୁଣି ଦିନକରେ ୪୨ % ବଢ଼ିଲା ସଂକ୍ରମଣ

0
284
ରାଜ୍ୟରେ ଖସିଲା ସଂକ୍ରମଣ
ରାଜ୍ୟରେ ଖସିଲା ସଂକ୍ରମଣ

୧୮ ବର୍ଷ ବୟସରୁ କମ୍ ଶିଶୁ ଓ କିଶୋରଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ୪୦୯

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ। ଦିନକରେ ପୁଣି ୪୨ ପ୍ରତିଶତ ବଢ଼ିଛି ସଂକ୍ରମଣ । ଏ ଭଳି ଲମ୍ବା ଡିଆଁ ମାରୁଥିବା କରୋନାକୁ ଦେଖି ସମସ୍ତେ ଭୟଭୀତ ହୋଇଛନ୍ତି । ଗତ୨୪ ଘଣ୍ଟାରେ ୨୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୧୨୪। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଅଛନ୍ତି। ଗତ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୫୪, ଷ୍ଟେଟ୍‌ପୁଲରୁ ୨୧୧, କଟକରୁ ୧୯୧, ସମ୍ବଲପୁରରୁ ୧୭୯, ଝାରସୁଗୁଡ଼ାରୁ ୧୦୬, ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ୱରରୁ ୭୩, ପୁରୀ ଓ ବଲାଙ୍ଗିରରୁ ୫୪ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୭, ଭଦ୍ରକ ୫, ବୌଦ୍ଧ ୭, ଦେବଗଡ଼ ୩୭, ଢେଙ୍କାନାଳ ୩, ଗଜପତି ୯, ଗଞ୍ଜାମ ୨୭, ଜଗତସିଂପୁର ୧୩, କଳାହାଣ୍ଡି ୧୩, କେନ୍ଦ୍ରାପଡ଼ା ୬, କେନ୍ଦୁଝର, ୩୩, କୋରାପୁଟ ୧୯, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୪୨,ନବରଙ୍ଗପୁର ୨୯, ନୟାଗଡ଼ ୬, ନୂଆପଡ଼ା ୧୦, ରାୟଗଡ଼ା ୨୨ ଓ ସୋନପୁର୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ ପହଞ୍ଚିଥିବା ବେଳେ ୧୦,୪୫,୭୧୮ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ରହିଛି ୮୨୩୭। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୬୮କୁ ବୃଦ୍ଧି ପାଇଛି।

Also Read  ଟ୍ରକ୍ ସହ ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ

LEAVE A REPLY

Please enter your comment!
Please enter your name here