ଉର୍ଫିଙ୍କ ଭଳି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ଜାହ୍ନବୀ କପୁର

0
846

ମୁମ୍ବାଇ : ଜାହ୍ନବୀ କପୁର ପୁଣି ଥରେ ତାଙ୍କ ଆଉଟଫିଟ୍‌କୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି। ଗତକାଲି ରାତିରେ ସେ ତାଙ୍କର ଖାସ୍ ବନ୍ଧୁ ଅନନ୍ୟା ପାଣ୍ଡେ ଏବଂ କଜିନ୍ ଶନୟା କପୁରଙ୍କ ସହ ମୁମ୍ବାଇର ଏକ ଜାପାନୀ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଡିନର୍ ପାଇଁ ଆସିଥିବା ଅନନ୍ୟା ଏବଂ ଶନୟାଙ୍କ ଉପରେ ଲୋକଙ୍କ ଧ୍ୟାନ ଅଧିକ ଯାଇନଥିଲା। କିନ୍ତୁ ଜାହ୍ନବୀ ତାଙ୍କ ଡ୍ରେସ୍ ହେତୁ ଲୋକଙ୍କ ନଜରରେ ରହିଥିଲେ। ଏହି ସମୟର ଜାହ୍ନବୀଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଯାହା ଦେଖିବା ପରେ ଲୋକମାନେ ଜାହ୍ନବୀଙ୍କୁ ଖୁବ୍ ଶୁଣାଉଛନ୍ତି। ତାଙ୍କ ରିଭ୍‌ଲିଂ ଡ୍ରେସ୍ ଦେଖି ଲୋକ ତାଙ୍କୁ ଟ୍ରୋଲ୍ କରୁଛନ୍ତି। କିଛି ଲୋକ ତାଙ୍କୁ ଉର୍ଫି ଜାଭେଦଙ୍କ ସହିତ ତୁଳନା କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘ଟପ୍ କ୍ଲାସ୍ ଭର୍ସନ ଇଫ୍ ଉର୍ଫି ଜାଭେଦ।’ ଅନ୍ୟ ଜଣେ ଲେଖିଛନ୍ତି, ‘ଉର୍ଫିର ପ୍ରଭାବ ପଡୁଥିବା ଦେଖାଯାଉଛି।’ ଏହାପୂର୍ବରୁ ଜାହ୍ନବୀଙ୍କୁ ଅନେକ ଥର ତାଙ୍କ ଡ୍ରେସ୍ ହେତୁ ଟ୍ରୋଲିଂର ଶିକାର ହେବାକୁ ପଡିଛି।

Also Read  ଭୁବନେଶ୍ୱରରେ ସୁଧୁରିବ ଟ୍ରାଫିକ ସମସ୍ୟା ! ସ୍ଥିତି ଅନୁଧ୍ୟାନ କଲେ 5T ସଚିବ