କଂଗ୍ରେସର ‘କଳା ବିରୋଧ’ ଉପରେ ପ୍ରଶ୍ନ ଉଠାଇ ଗୃହମନ୍ତ୍ରୀ ଅମିତ ଶାହା କହିଲେ; ଏହା ପଛରେ ଅଛି ଅଲଗା ଖେଳ!

0
262
amit saha will come to odisha today

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ବେରୋଜଗାରୀ ଏବଂ ଜିଏସଟି ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଆଜି ଦେଶବ୍ୟାପୀ ‘କଳା ଦିବସ’ ପାଳନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ଅଗଷ୍ଟ ୫)ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ କଂଗ୍ରେସକୁ ଆକ୍ଷେପ କରିବା ସହ କଂଗ୍ରେସ ଉପରେ ତେରେଛା ବାଣ ମାରିଛନ୍ତି। ବିକ୍ଷୋଭ ପାଇଁ ଏହି ଦିନକୁ ଚୟନ କରିବା ପଛରେ କଂଗ୍ରେସର ଅନ୍ୟ ଏକ ଖେଳ ନିହିତ ରହିଥିବା ସେ ଦର୍ଶାଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କଂଗ୍ରେସ ଏହି ଦିନକୁ ବିରୋଧ ପାଇଁ ବାଛିଛି ଏବଂ କଳା ପୋଷାକ ପିନ୍ଧିଛି କାରଣ ସେମାନେ ସେମାନଙ୍କର ତୁଷ୍ଟିକରଣ ରାଜନୀତିକୁ ଆହୁରି ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସମର୍ଥକଙ୍କୁ ଏକ ସୂକ୍ଷ୍ମ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଆଉ ଏହା ପଛରେ ନିହିତ ରହିଥିବା କାରଣଟି ହେଉଛି, ଏହି ଦିନ ହିଁ ପ୍ରଧାନମନ୍ତ୍ରୀ ମୋଦୀ ରାମ ଜନ୍ମଭୂମିର ଭିତ୍ତିଭୂମିର ସ୍ଥାପନା କରିଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ ନେସନାଲ ହେରାଲ୍‌ଡ ଦୁର୍ନୀତି ମାମଲାରେ ଗାନ୍ଧୀମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କୌଣସି ନୂତନ ସମନ ଜାରି କରାଯାଇ ନଥିଲେ ମଧ୍ୟ କଂଗ୍ରେସ ଶୁକ୍ରବାର ଦିନ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ କଳା ରଙ୍ଗର ପୋଷାକ ପିନ୍ଧି କଂଗ୍ରେସ ନେତାମାନେ ମୂଲ୍ୟ ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି ଏବଂ ବେରୋଜଗାରୀ ବିରୋଧରେ ଦେଶବ୍ୟାପୀ ଏକ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଅନ୍ୟ ନେତାମାନଙ୍କୁ ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟ ବାହାରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଅଟକ ରଖିଥିଲା।

Also Read  ‘ହୃଦୟରୁ ଏବେ ବି ଆପଣମାନେ ଶିବସେନାରେ ଅଛନ୍ତି’: ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବ ଠାକରେଙ୍କ ଇମୋସନାଲ୍‌ ଅପିଲ୍