‘ଅଗ୍ନିପଥ ଯୋଜନା’: ବର୍ଷକୁ ମିଳିବ ୩୦ ଦିନ ଛୁଟି, କ୍ୟାଣ୍ଟିନ୍‌ ସୁବିଧା ସହ କୋଟିଏ ଟଙ୍କାର ବୀମା

0
60
indian-air-force-releases-details-on-agnipath-recruitment-scheme

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ଭର୍ତ୍ତି କରିବା ପାଇଁ ସମ୍ପୂର୍ଣ୍ଣ ବିବରଣୀ ଜାରି କରିଛି ଭାରତୀୟ ବାୟୁ ସେନା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଶସ୍ତ୍ର ସୀମାବଳରେ ଭର୍ତ୍ତି ପାଇଁ ହୋଇଥିବା ଏହି ନୂଆ ଯୋଜନାକୁ ନେଇ ବିରୋଧ ହେଉଥିବା ବେଳେ ଭାରତୀୟ ବାୟୁ ସେନା ଏହି ଯୋଜନା ସମ୍ପର୍କିତ ପୂରା ତଥ୍ୟ ଜାରି କରିଛି । ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବ । ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ମିଳିବ । ଏହା ସହ କ୍ୟାଟିନର ସୁବିଧା ମଧ୍ୟ ଉପଲବ୍ଧ ହେବ । ବାୟୁସେନା ପକ୍ଷରୁ ସେମାନଙ୍କୁ ୟୁନିଫର୍ମ ଆଲାଉନ୍ସ, ବୀମା ମଧ୍ୟ ପ୍ରଦାନ କରାଯିବ । ବାୟୁ ସେନାରେ କାର୍ଯ୍ୟରତ ସୈନ୍ୟଙ୍କୁ ଯେଉଁଭଳି ସୁବିଧା ମିଳେ ଏମାନଙ୍କୁ ମଧ୍ୟ ସମାନ ସୁବିଧା ମିଳିବ ।

ଏୟାର ଫୋର୍ସ ଓ୍ବେବ୍‌ ସାଇଟରେ ଜାରି ସୂଚନା ଅନୁଯାୟୀ, ଅଗ୍ନିବୀରଙ୍କୁ ଦରମା ସହିତ ହାର୍ଡସିପ୍‌ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ୍‌ ସୁବିଧା ଏବଂ ମେଡିକାଲ ସୁବିଧା ମଧ୍ୟ ମିଳିବ । ଯାହାକି ଜଣେ ସ୍ଥାୟୀ ସୈନ୍ୟଙ୍କୁ ମିଳିଥାଏ । କେବଳ ସେତିକି ନୁହେଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁୁ ଯିବା ବେଳେ ଟ୍ରାଭେଲ୍‌ ଆଲାଉନ୍ସ ସମେତ ୩୦ ଦିନର ଛୁଟି ମିଳିବ । ଯେଉଁଥିରେ ଜରୁରୀ କାଳୀନ ଛୁଟି ଯେବରିକି ମେଡିକାଲ ଲିଭ୍‌ ଅଲଗା ରହିବ ।

କେନ୍ଦ୍ର ସରକାର ତିନି ସେନାରେ ନିଯୁକ୍ତି ନେଇ ‘ଅଗ୍ନିପଥ’ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ସାରା ଦେଶରେ ଏହାକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି । ଯୋଜନା ବାବଦରେ ସମସ୍ତ ତଥ୍ୟ ପହଞ୍ଚାଇବା ପାଇଁ ବାରମ୍ବାର ଚେଷ୍ଟା କରାଯାଉଛି । ଏହି କ୍ରମରେ ବାୟୁସେନା ଯୋଜନା ସହ ଜଡିତ ପୂରା ତଥ୍ୟକୁ ସାମ୍ନାକୁ ଆଣିଛି । ଅଗ୍ନିବୀରଙ୍କୁ ସେହି ସମସ୍ତ ସୁବିଧା ମିଳିବ ଯାହା ଅନ୍ୟ ସୈନ୍ୟବଳଙ୍କୁ ଉପଲବ୍ଧ ହେଉଛି ।

Also Read  ରାଜଧାନୀରେ ଉଦଘାଟନ ହେବ ୨୦୦ କୋଟିର ପ୍ରକଳ୍ପ ଖୁବଶୀଘ୍ର

LEAVE A REPLY

Please enter your comment!
Please enter your name here