କାମାକ୍ଷାନଗର ମହୁଲି ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା; ଦୁଇ ଚାଳକ ଓ ରୋଗୀ ଆହତ

0
153

ଢେଙ୍କାନାଳ : କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ନାମ ମଙ୍ଗରାଜ ପ୍ରଧାନ ବୋଲି ଜଣାପଡିଛି । ତେବେ ଟାଟା ଏସି ଗାଡି ଚାଳକ ଜଣଙ୍କ କାମାକ୍ଷାନଗରର କବାଡି ଦୋକାନୀ ଏମଡି ମୁକ୍ତାର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ୧୦୮ ଆମ୍ବୁଲାନ୍ସଟି କାମାକ୍ଷାନଗରରୁ ଏକ ରୋଗୀକୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ମହୁଲି ଛକ ନିକଟରେ ଢେଙ୍କାନାଳ ଆଡୁ କାମାକ୍ଷାନଗର ଯାଉଥିବା ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଗାଡିର ଚାଳକ ଆହତ ହୋଇଥିଲେ । ଏପରିକି ରୋଗୀ ଜଣଙ୍କ ମଧ୍ୟ ଆହତ ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ପ୍ରକାଶ କରିଛନ୍ତି । ମାତ୍ର ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବହୁତ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଗାଡିରେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Also Read  କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅକ୍ଷୟ କୁମାରଙ୍କ ସମେତ ଏହିସବୁ ଷ୍ଟାର୍ସ ରେଡ୍ କାର୍ପେଟ୍‌ରେ ଦେଖାଇବେ ଜଲୱା, ଜଜ୍ ହେବେ ଦୀପିକା

LEAVE A REPLY

Please enter your comment!
Please enter your name here