ରାସ୍ତା ଉପରେ ଜଣେ ଅଧ୍ୟାପିକା ଙ୍କୁ ପୋଡି ମାରିଥିବା ଯୁବକ ଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

0
577
fire-broke-out-in-a-church-in-egypt-41 died

ଫେବୃଆରୀ ୯

ଦୁଇ ବର୍ଷ ପୂର୍ବେ ହିଙ୍ଗାଙ୍ଗହାଟ ସହରରେ ଏକ କଲେଜ ର ଜଣେ ଅଧ୍ୟାପିକା ଙ୍କୁ କଲେଜ ବାହାରେ ତାଙ୍କୁ ଏକତରଫା ଭାବେ ଭଲ ପାଉଥିବା ଜଣେ ଯୁବକ ପେଟ୍ରୋଲ ପକାଇ ପୋଡି ଦେଇଥିବା ନେଇ ଅଭିଯୋଗ ହେଇଥିଲା I Wardha ଜିଲ୍ଲାର ଏକ ଅଦାଲତ ମୁଖ୍ୟ ଅଭିଯୁକ୍ତ ବିକାଶ ନାଗ୍ରେଲେଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
“ଦୁଇ ବର୍ଷ ପୂର୍ବେ ହୋଇଥିବା ଏହି ଅପରାଧରେ ଅଦାଲତ ମୁଖ୍ୟ ଅଭିଯୁକ୍ତ ବିକାଶ ନାଗ୍ରେଲେଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ଦଣ୍ଡର ପରିମାଣ କେତେ ହେବ ସେ ନେଇ କୋର୍ଟ ରେ ଶୁଣାଣି ହେବ ଏବଂ କୋର୍ଟ ଏ ନେଇ ଚୂଡ଼ାନ୍ତ ରାୟ ପ୍ରଦାନ କରିବେ।” – କହିଛନ୍ତି ସ୍ପେସିଆଲ ପବ୍ଲିକ ପ୍ରୋସିକ୍ୟୁଟର I
ଫେବୃଆରୀ ୩ , ୨୦୨୦ ରେ, ୨୪ ବର୍ଷ ବୟସ୍କା ଅଧ୍ୟାପିକା ଙ୍କୁ ୨୭ ବର୍ଷ ବୟସ୍କ ନାଗ୍ରାଲେ ରାସ୍ତା ଉପରେ ସର୍ବ ସମ୍ମୁଖରେ ପୋଡି ଦେଇଥିଲେ I
ପୀଡିତାଙ୍କୁ ନାଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଫେବୃଆରୀ ୧୦ ରେ ମୃତ୍ୟୁବରଣ କରିଥିଲେ ଏବଂ ଏହାକୁ ନେଇ ସେତେବେଳେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଘଟଣା ଘଟିବାର କିଛି ଘଣ୍ଟା ପରେ, ଆକ୍ରମଣକାରୀ କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧ ରେ ହତ୍ୟା ମାମଲା ରୁଜ୍ଜୁ ହେଇଥିଲା I ନାଗ୍ରାଲେ ର ମୃତ୍ୟୁଦଣ୍ଡ ଦାବିରେ ହିଙ୍ଗାଙ୍ଗହାଟର ଏକ ଫାଷ୍ଟ ଟ୍ରାକ କୋର୍ଟରେ ମାମଲା ଦାୟର କରାଯାଇଥିଲା।
ଅନୁସନ୍ଧାନ ପରେ ପୋଲିସ ପକ୍ଷରୁ ୪୨୬ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି I ଗତ ଦୁଇ ବର୍ଷ ମଧ୍ୟରେ
୬୪ ଟି ଶୁଣାଣି ସମୟରେ ୨୯ ଜଣ ସାକ୍ଷୀଙ୍କୁ ଯାଞ୍ଚ କରାଯାଇଥିଲା।
ତେବେ ଅଭିଯୁକ୍ତ ନାଗ୍ରାଲେ ପୀଡିତାଙ୍କୁ ଆକ୍ରମଣ କରିଥିବା କିମ୍ବା ନିଆଁ ଲଗାଇ ଦେଇଥିବା ସମେତ ସମସ୍ତ ଅଭିଯୋଗ ଙ୍କୁ ଅସ୍ୱୀକାର କରିଛି I

Also Read  Bodies Of 4 Missing Persons From Odisha Found From Chhattisgarh