‘ଏନ୍‌ସିବି’ରେ ହାଜର ହେଲେ ଆର୍‌ୟନ୍‌ ଖାନ୍‌

0
509
ଆର୍‌ୟନ୍‌ ଖାନ୍‌
ଆର୍‌ୟନ୍‌ ଖାନ୍‌

ମୁମ୍ବାଇ: ଆଜି ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍‌ୟନ୍‌ ‘ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ରେ (ଏନ୍‌ସିବି) ହାଜର ହୋଇଛନ୍ତି। ପୂର୍ବହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍‌ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା।

‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ଥିବା ଆର୍‌ୟାନ୍‌ଙ୍କୁ ଜାମିନ ମଞ୍ଜୁର କରିବା ସମୟରେ ବମ୍ବେ ହାଇକୋର୍ଟ ରଖିଥିବା କେତେକ ସର୍ତ୍ତ ମଧ୍ୟରୁ ଉପରୋକ୍ତ ସର୍ତ୍ତ ଅନ୍ୟତମ।

୧୪ଟି ସର୍ତ୍ତ ରଖି ବମ୍ବେ ହାଇକୋର୍ଟ ଆର୍‌ୟନ୍‌ଙ୍କ ଜାମିନ ମଞ୍ଜୁର କରିଛି। ସେଗୁଡ଼ିକ ମଧ୍ୟରୁ ଦୁଇଟି ହେଉଛି ପୁଲିସକୁ ନ ଜଣାଇ ଆର୍‌ୟନ୍‌ ମୁମ୍ବାଇରୁ ବାହାରକୁ ଯାଇ ପାରିବେ ନାହିଁ ଏବଂ ପ୍ରତି ଶୁକ୍ରବାର ଦିନ ‘ଏନ୍‌ସିବି’ରେ ହାଜର ହେବେ। ସର୍ତ୍ତାବଳୀରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଆର୍‌ୟନ୍‌ ପୁନର୍ବାର ସେଭଳି କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଉକ୍ତ ମାମଲା ଅଭିଯୁକ୍ତ ହୋଇଥିବା ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ଙ୍କ ସହ ସେ ଯୋଗାଯୋଗ କରିବେ ନାହିଁ କି, ଗଣମାଧ୍ୟମକୁ କିଛି କହିବେ ନାହିଁ। ଯଦି କୌଣସି ସର୍ତ୍ତ ଖିଲାପ ହୁଏ ତେବେ ‘ଏନ୍‌ବିସି’ ଆର୍‌ୟନ୍‌ଙ୍କ ଜାମିନ ଖାରଜ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରିବ।

Also Read  ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌ : ବନ୍ଧୁବାନ୍ଧବଙ୍କଠାରୁ ୭ ଲକ୍ଷ ଲୁଟ୍‌

LEAVE A REPLY

Please enter your comment!
Please enter your name here