ପୁରୀ ନାଁ ପରିବର୍ତ୍ତନ ନେଇ ମତ ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

0
458
ଜଗତଗୁରୁ ଶଙ୍କରାଚାର୍ଯ୍ୟ
ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବା ବିବାଦ ଏବେ ମୁଣ୍ଡ ଟେକିଛି । ପୁରୀର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ । ବିଶ୍ୱ ପାଇଁ ପୁରୀ ନାମ ହିଁ ଯଥେଷ୍ଟ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଏହା ସହ ନାମ ପରିବର୍ତ୍ତନ ଦାବି କରିବାର କୌଣସି ଯଥାର୍ଥ ନାହିଁ ବୋଲି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ପୁରୀ ନାଁ ହିଁ ଯଥେଷ୍ଟ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବାକୁ ବିଭିନ୍ନ ଅନୁଷ୍ଠାନ ଦାବି କରୁଥଲେ ।

ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ‘ପୁରୀ’ ବଦଳରେ ‘ଜଗନ୍ନାଥ ପୁରୀ’ ହେଲେ ଭଲ ହୁଅନ୍ତା ।  ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତ କରିଥିଲେ। ସେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଦାରନାଥ ଗସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଯୋଗ ଦେଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତରାଖଣ୍ଡର ପବିତ୍ର ଧାର୍ମିକ ସ୍ଥଳୀ କେଦାରନାଥକୁ ଗସ୍ତ କରିଥିଲେ।। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଓ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ। ଏଥି ସହିତ କେଦାରନାଥରେ ନବନର୍ମିତ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧୀ ସ୍ଥଳ ଓ ପ୍ରତିମା ଉନ୍ମୋଚନ କରିଥିଲେ।

Also Read  JP Nadda Appoints Dharmendra Pradhan As In-Charge For Upcoming UP Elections