ଏବର୍ଷ ବାଲିଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ’ଣ ରହିଲା? ଜାଣନ୍ତୁ ……

0
580
'Bali Yatra' in Cuttack not to held this year also
'Bali Yatra' in Cuttack not to held this year also

କଟକ : ଏବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ କରିବାକୁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି । କରୋନା ପାଇଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା।

ମହାମାରୀ କରୋନାର ପ୍ରଥମ ଲହର ବେଶୀ କ୍ଷତି ପହଞ୍ଚାଇ ପାରିନଥିଲା। କିନ୍ତୁ ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ଜୀବନ ଯାଇଛି। ଅନେକ ରୋଜଗାର ହରାଇଛନ୍ତି। ଏବେବି ବହୁ ଲୋକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ କୋଭିଡ୍‌ ସଂକ୍ରମଣକୁ ଆୟତ୍ତ କରାଯାଇପାରିନଥିଲା। ତେବେ ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନହେଲେ କରୋନା ସଂଗ୍ରମଣ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ କଟକର ଐତିହାସିକ ବାଲି ଯାତ୍ରା ନକରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କୋଭିଡ୍‌କୁ ଦେଖି ଗତବର୍ଷ ମଧ୍ୟ ବାଲି ଯାତ୍ରା ହୋଇନଥିଲା।

Also Read  ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରଭାବ: ଖୁବ୍ ଶୀଘ୍ର ଶୋ ମଝିରେ ବିଜ୍ଞାପନ ଦେଖାଇବା ଆରମ୍ଭ କରିବ ନେଟଫ୍ଲିକ୍ସ