ପଞ୍ଚାୟତ ନିର୍ବାଚନ ଲାଗି ବିଜେପି ଜାରି କଲା ଇସ୍ତାହାର

0
1223

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ପକ୍ଷରୁ ଇସ୍ତାହାର ଓ ଅଭିଯୋଗ ପତ୍ର ଜାରି କରାଯାଇଛି। ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଛି ଇସ୍ତାହାର।

ଏହି ଇସ୍ତାହାରରେ ୨୨ଟି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ସେ ମଧ୍ୟରେ ପଂଚାୟତରେ ଗ୍ରାମସଭା ଓ ପଲ୍ଲୀସଭା କରାଯିବା ପ୍ରତିଶ୍ରୁତି ରହିଛି। ଏଥିରେ ଦୁର୍ନୀତି ଦୂରୀକରଣକୁ ଗୁରୁତ୍ବ ଦିଆଯାଇଛି ଓ କେନ୍ଦ୍ରୀୟ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀ ପଠାଉଥିବା ଟଙ୍କାର ବିନିଯୋଗକୁ ଜଗୁଆଳି  ଭଳି ଦଳ ଜଗିବ ବୋଲି କୁହାଯାଇଛି। ପଂଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି  ଓ ବିଜେଡି ନେତା ଲୁଟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି | ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନାହିଁ ।

ଏହି ଇସ୍ତାହାରର ଊନ୍ମୋଚନ କରି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଏବେ ପଞ୍ଚୟତରେ ଗ୍ରାମସଭା ଓ ପଲ୍ଲୀସଭା ହେବ। ପ୍ରଧାନମନ୍ତ୍ରୀ ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି। ଏବେ ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି। ବିଜେଡି ନେତା ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ କରୁଛନ୍ତି। ବିକାଶ ନାଁରେ ଠିକାଦାର ସାଜି ଅର୍ଥ ଲୁଟ କରାଯାଉଛି। ତେଣୁ ଆଗକୁ ବିଜେପି ତାହା ହେବାକୁ ଦେବନି। ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ, ମହିଳା ସଶକ୍ତିକରଣ କରାଯିବ, ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ। ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଲନା ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି ବୋଲି ସେ କହିଛନ୍ତି।

Also Read  SOG jawan killed in exchange of fire with maoist in Kandhamal