ଓଡିଶା ପୋଲିସ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ଜଣେ ଗିରଫ

0
1131
ଓଡିଶା ପୋଲିସ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ଜଣେ ଗିରଫ
ଓଡିଶା ପୋଲିସ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ଜଣେ ଗିରଫ

ଜାନୁଆରୀ ୧୯
ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଜଣେ ବନ୍ୟଜନ୍ତୁ ଅପରାଧୀ ଠାରୁ ବଂଚିଥିବା ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି I ସମ୍ପୃକ୍ତ ବନ୍ୟଜନ୍ତୁ ଅପରାଧୀ କୁ ମଧ୍ୟ ପୋଲିସ ଗିରଫ କରିଛି I
ଏସଟିଏଫ ପକ୍ଷରୁ ଏହାର ଟ୍ୱିର୍ଟର ମାଧ୍ୟମ ରେ କୁହାଯାଇଛି, ‘ବଲାଙ୍ଗୀର ଜିଲ୍ଲା ର ଫରେଷ୍ଟ ଅଧିକାରୀ ଙ୍କ ସହଯୋଗ ରେ ଏସଟିଏଫ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି I ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I ‘
ପୋଲିସ ପକ୍ଷରୁ ଏ ସମ୍ପର୍କ ରେ ଅଧିକ ତଦନ୍ତ ଜାରି ରଖାଯାଇଛି I
ପୋଲିସ ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଷ୍ଟେସନ ଅନ୍ତର୍ଗତ ବାର ଗାଁ ଛକ ନିକଟ ରାସ୍ତାରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। ପରେ ପୋଲିସ ବଜ୍ରକାପ୍ତା ଟିକୁ ବଲାଙ୍ଗୀର DFO ଙ୍କୁ ହସ୍ତାନ୍ତର କରିଥିଲା I
ଗତ ଏକ ବର୍ଷ ମଧ୍ୟରେ ଟାସ୍କଫୋର୍ସ ୧୦ ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ପ୍ରାୟ ୧୬ କିଲୋଗ୍ରାମ ଓଜନ ର ବଜ୍ରକାପ୍ତା କାତି ଜବତ କରିଛି I ଏଥିସହ ଜଡିତ ବନ୍ୟଜନ୍ତୁ ଅପରାଧୀଙ୍କୁ ମଧ୍ୟ ଗିରଫ କରିଛି।

Also Read  Auto-rickshaw accident kills 1 and injures 6 in Malkangiri, Odisha