ଓଡିଶା ରେ ମାର୍ଚ୍ଚ ୨୪ ରେ ହେବ ପୌର ନିର୍ବାଚନ

0
956

ଫେବୃଆରୀ ୨୫
ମାର୍ଚ୍ଚ ୨୪ ତାରିଖ ରେ ହେବ ପୌର ନିର୍ବାଚନ I ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି I ସୂଚନା ଅନୁଯାୟୀ, ଫେବୃଆରୀ ୨୮ ତାରିଖ ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ, ୧୪ ସୁଦ୍ଧା ପ୍ରାର୍ଥୀ ପତ୍ରପ୍ରତ୍ୟାହାର କରାଯାଇପାରିବ I ୨୬ ତାରିଖରେ ଭୋଟ ଗଣତି ହେବ। ଏପ୍ରିଲ ୭ ତାରିଖ ରେ ରେ ପୌର ଉପାଧ୍ୟକ୍ଷ ଓ ୮ ରେ ଡେପୁଟି ମେୟର ନିର୍ବାଚନ ହେବ।
ଆଜି ଏହି ଘୋଷଣା ହେବ ସହିତ, ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ରାଜ୍ୟରେ ମୋଟ ୧୦୬ ଟି ପୌର ପରିଷଦ ଥିବା ବେଳେ ୩ ଟି ପୌର ନିଗମ ରହିଛି I ଏଥର ପୋୖର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ।
୧୦୬ଟି ପୋୖର ପରିଷଦ ର ୨୭ ଲକ୍ଷ ରୁ ଉର୍ଦ୍ଧ୍ବ ଭୋଟର ପାଇଁ ୩୦୩୦ଟି ବୁଥ ର ବ୍ୟବସ୍ଥା ରହିଛି I ୧୦୬ ଟି ପୌର ପରିଷଦ ରେ ମୋଟ ୧୭୩୧ ୱାର୍ଡ ରହିଥିବାର ସୂଚନା ଦିଆଯାଇଛି I
ସେହିପରି ୩ ଟି ପୌର ନିଗମ ରେ ମୋଟ ୧୬୮ ଟି ୱାର୍ଡ ରହିଛି I ୧୪ ଲକ୍ଷ ରୁ ଉର୍ଦ୍ଧ ଭୋଟର ପାଇଁ ୧୪୦୭ଟି ବୁଥ ର ବ୍ୟବସ୍ଥା କରାଯାଇଛି I
ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି I

 

Also Read  Odisha Urban Local Bodies To Go For Poll On March 24