ଓମିକ୍ରନ କ୍ଷତିକାରକ ନୁହେଁ ବୋଲି ସଠିକ ଭାବେ କହି ହେବ ନାହିଁ

0
572
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ଭୁବନେଶ୍ବର: ଭାରତରେ ଓମିକ୍ରନ ଯୋଗୁ ତୃତୀୟ ଲହର ଆସିବ ବୋଲି କହି ହେବନି। ଏହା ଭାରତରେ ପ୍ରାରମ୍ଭିକ ସ୍ତରରେ ଅଛି। ୟୁକେ ଓ ୟୁଏସଏରେ ଏହି ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି, କିନ୍ତୁ ଏପିଡେମୋଲୋଜି ଏମିତି ଏକ ଜିନିଷ ସେଠି ଯାହା ହେଇଛି ଏଠି ସେୟା ହେବ ବୋଲି କିଛି ମାନେ ନାହିଁ। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ମୁଖ୍ୟ ଡାକ୍ତର ନିହାର ରାୟ।

ସେ ଆହୁରି ମଧ୍ୟ କହିଛନ୍ତି, ଆମର ଟିକାକରଣ ମଧ୍ୟ ବଢିଛି। ସତର୍କତା ନିହାତି ଆବଶ୍ୟକ। ଡେ଼ଲ୍ଟା ଠାରୁ ଏହା ଅଧିକ ତୀବ୍ର ସଂକ୍ରାମକ। ତିନି ଦିନରେ କେସ ଦୁଇ ଗୁଣ ହେବ। ପ୍ରାଥମିକ ସର୍ଭେ କହୁଛି ଏହା ସେତେ କ୍ଷତିକାରକ ନୁହେଁ, କିନ୍ତୁ ତାହା ମଧ୍ୟ ସଠିକ କରି କହି ହେବ ନାହିଁ। ଅଧିକ ଲୋକ ଏକାଠି ହେବା ସବୁଠାରୁ ବିପଜ୍ଜନକ। ଲୋକ ସତର୍କ ହେବା ଓ କୋଭିଡ ନିୟମ ମାନିବା ଦରକାର। ଓଡ଼ିଶା ପାଇଁ ସେମିତି କିଛି ଟ୍ରେଣ୍ଡ ଦେଖାଉନି। ହୁଏତ ଲୋକ ସତର୍କ ରହିଲେ ସଂକ୍ରମଣ ଆଗକୁ ବଢି ନ ପାରେ।

ଆଜି ରାଜ୍ୟରେ ପୁଣି ୨ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି। ସେଦୁହେଁ ନାଇଜେରିଆ ଫେରନ୍ତା। ଏଦୁହେଁ ନାବାଳିକା। ଏମାନଙ୍କ ଭିତରୁ ଜଣଙ୍କର ବୟସ ୧୫ ବର୍ଷ ଓ ଆରଜଣଙ୍କର ୧୧ ବର୍ଷ। ଉଭୟେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଗରୁ ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଥିଲେ। ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। କେହି ଗୁରୁତର ନାହାନ୍ତି। ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧। ଏହା କହିଥିଲେ ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା।

Also Read  Odisha reports 44 deaths due to Covid; 6097 fresh Covid Positive cases registered