ଓମିକ୍ରନ ପାଇଁ ଆସିପାରେ ସ୍ୱତନ୍ତ୍ର ଟିକା

0
444
ଓମିକ୍ରନ ପାଇଁ ଆସିପାରେ ସ୍ୱତନ୍ତ୍ର ଟିକା
ଓମିକ୍ରନ ପାଇଁ ଆସିପାରେ ସ୍ୱତନ୍ତ୍ର ଟିକା

ନୂଆଦିଲ୍ଲୀ : ଓମିକ୍ରନ ଉପରେ ବିଜୟ ଲାଭ କରିବ ନୂଆ ଟିକା । ପୁନେର ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନି ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଟିକା ପ୍ରସ୍ତୁତ କରିଛି । ଏନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି । ଓମିକ୍ରନ ବିରୋଧୀ ଲଢେଇରେ ବ୍ୟବହାର ଉଦ୍ଦେଶ୍ୟରେ ଖୁବ ଶୀଘ୍ର ଏହି ଟିକାର ପରୀକ୍ଷଣ ଆରମ୍ଭ ହେବ । କମ୍ପାନି ପ୍ରଥମ ୨ଟି ପର୍ଯ୍ୟାୟ ପରୀକ୍ଷଣର ବିବରଣୀ ସରକାରଙ୍କୁ ପ୍ରଦାନ କରିସାରିଥିବା ବେଳେ ୩ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି ଯେ ଏହି ଟିକା ଓମିକ୍ରନ ବିରୋଧରେ ବେଶ ପ୍ରଭାବୀ । କମ୍ପାନି ନିଜେ ଏହି ଟିକା ପ୍ରସ୍ତୁତି ସହ ଉତ୍ପାଦନ ଲକ୍ଷ୍ୟ ରଖିଛି । ଯଦି ସବୁ କିଛି ଠିକଠାକ୍ ରୁହେ ତେବେ ଖୁବଶୀଘ୍ର ଓମିକ୍ରନକୁ ମାତ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଉତ୍ପାଦନ ଆରମ୍ଭ କରିବା କମ୍ପାନି।

ଅଦୃଶ୍ୟ ଭୂତାଣୁର ତାଣ୍ଡବକୁ ମାତ ଦେବା ପାଇଁ ସାରା ବିଶ୍ୱ ଦୁଇ ବର୍ଷରୁ ଅଧିକ ସମୟ ହେବ ଲଢେଇ ଜାରି ରଖିଛି । କରୋନା ବିରୋଧୀ ଲଢେଇ ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ। କିନ୍ତୁ ଦିନ ଯେତିକି ଗଡ଼ୁଛି ସେତିକି କରୋନାର ନୂଆ ନୂଆ ରୂପ ଦେଖିବାକୁ ମିଳୁଛି । ଏବେ ଭାରତ ସରକାର ବର୍ତ୍ତମାନ ଦ୍ରୁତ ବେଗରେ ମାଡି ଚାଲିଥବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଟିକା ପ୍ରସ୍ତୁତି ଉପରେ ଜୋର ଦେଇଛନ୍ତି ।

କମ୍ପାନି ଏହି ନୂତନ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଥିବାବେଳେ ଏହାର ଫଳାଫଳ ଉପରେ ନଜର ରଖିଛି ଡ୍ରଗ ରେଗୁଲେଟର ଅଫ ଇଣ୍ଡିଆ । ଟିକାକରଣ କାର୍ଯ୍ୟକ୍ରମର ସରକାରଙ୍କ ପରାର୍ମଶଦାତା ଗ୍ରୁପର ମୁଖ୍ୟ ଡାକ୍ତର ଏନକେ ଆରୋଡା ଓମିକ୍ରନ ବିରୋଧୀ ଟିକା ପ୍ରସ୍ତୁତି ଓ ପରୀକ୍ଷଣ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ସେପଟେ ଜାତୀୟ କରୋନା ଟାକ୍ସ ଫୋର୍ସ ମୁଖ୍ୟ ତଥା ଆଇଏମଆର ଡିଜି ବଲରାମ ଭାର୍ଗବ କହିଛନ୍ତି କି ଏମଆରଏନଏ ଜ୍ଞାନକୌଶଳରେ ନିର୍ମିତ ଏହି ଟିକାର ସମସ୍ତ ପରୀକ୍ଷଣ ଯଦି ସଫଳ ହୁଏ ତେବେ ଏହା କରୋନା ବିରୋଧୀ ଲଢେଇ ପାଇଁ ଏକ ବଡ ଉପଲବ୍ଧି ହେବ ।

Also Read  Odisha to Witness Low Pressure in January First Week