ଓମିକ୍ରନ ସଂକ୍ରମିତ ଦେଶରୁ୯୮୨ ଆସିଥିବା ବେଳେ ୪ ପଜିଟିଭ

0
690
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ୱର: ଦ୍ବିତୀୟ ଲହର ପରେ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ସତର୍କ ରହିବାକୁ କହିଥିବା ବେଳେ ଭାରତରେ ବିଦେଶୀ ନାଗରିକଙ୍କ ଉପରେ ନଜର ରଖାଯାଇଛି। ଭାରରତରେ ଓମିକ୍ରନ ପ୍ରବେଶ କରିସାରିଥିବା ବେଳେ ଓଡ଼ିଶାରେ ଯେମିତି ଏହା ପ୍ରବେଶ ନକରେ, ତା’ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ଗତକାଲି ସୁଦ୍ଧା ଓଡ଼ିଶା ଫେରିଥିବା ୯୮୨ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି, ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ସେମାନେ ଫେରାର ନାହାନ୍ତି। କିଛି ଫୋନ ଉଠାଉ ନାହାନ୍ତି, ଆମ ସ୍ୱାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରିବା କାମରେ ଲାଗିଛନ୍ତି। ଯଦି ତୃତୀୟ ଲହର ଆସେ, ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହରରୁ ରାଜ୍ୟ ଅନେକ କିଛି ଶିକ୍ଷା ପାଇଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ କୋକୁଆ ଭୟ ସୃଷ୍ଟି କରିଛି। ସଂକ୍ରମିତଙ୍କ ମାମଲା ଲଗାତାର ବଢ଼ି ଚାଲିଛି। ଏହି ନୂଆ ଭାରିଏଣ୍ଟ ଡେଲ୍ଟା ସମେତ ଅନ୍ୟ ଭାରିଏଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

 

Also Read  Minor girl assaulted and killed