ଓଡ଼ିଶାରେ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

0
594
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଲାଇଫ ସାଇନ୍ସେସ୍ (ଆଇଏଲ୍‌ଏସ୍‌) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ସଂକ୍ରମଣ ମାମଲା ତିନି ହଜାର ପାର । ରାଜ୍ୟରେ ୩୬୭୯ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୪୮, ଲୋକାଲ କେସ୍ ୧୫୩୧ । ସେପଟେ ଖୋର୍ଦ୍ଧାରେ ହଜାରେ ଟପିଛି ଦୈନିକ ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧୨୨୩ ସଂକ୍ରମିତ ଚିହ୍ନଟ । ସୁନ୍ଦରଗଡ଼ରୁ ୫୮୨ ସଂକ୍ରମିତ ଚିହ୍ନଟ । ସମ୍ବଲପୁରରେ ୩୭୨, କଟକରୁ ୩୧୦, ଝାରସୁଗୁଡ଼ା ୧୩୪ ଏବଂ ମୟୁରଭଞ୍ଜରୁ ୮୦ ଜଣ ପଜିଟିଭ ଟିହ୍ନଟ ହୋଇଛନ୍ତି ।

Also Read  Govt Issues Show Cause Notice to OCA Over Disruption in Ind vs Eng Match