ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା କାଲି

0
644

କଟକ : ଆସନ୍ତାକାଲି ଅର୍ଥାତ ବୁଧବାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସିଟିଂରେ ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି ରାମାଶିସ ହାଜରା କହିଛନ୍ତି ।

ଶ୍ରୀ ହାଜରା କହିଛନ୍ତି, ପ୍ରଥମ ସିଟିଂ ସକାଳ ୯ଟାରୁ ପୂର୍ବାହ୍ଣ ୧୧.୩୦ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ପରୀକ୍ଷା ଦିନ ୧ଟାରୁ ସାଢ଼େ ୩ଯା ଯାଏ ହେବ । ସେହିପରି ପେପର-୧ରେ ୬୮ ହଜାର ୭୪୨ ଓ ପେପର-୨ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପେପର-୧ ପାଇଁ ୩୩୮ ଓ ପେପର-୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର୍ ମଧ୍ୟ ରହିବ। ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ହେଡ୍ ଅଫିସ କଟକରେ କଣ୍ଟ୍ରୋଲ ରୁମ୍ କରାଯାଇଛି । ତେବେ କପି କରି ଧରା ପଡ଼ିଲେ ପରୀକ୍ଷାର୍ଥୀ ସବୁଦିନ ପାଇଁ ଅଯୋଗ୍ୟ ହେବେ ବୋଲି ବୋର୍ଡ ସଭାପତି ଶ୍ରୀ ହାଜରା କହିଛନ୍ତି ।

Also Read  Deadline of Mar 31 given to banks for remaining Rabi loan disbursement; Cooperation Minister

LEAVE A REPLY

Please enter your comment!
Please enter your name here