ପୁଣି ରିମାଣ୍ଡରେ ଯିବେ ନକଲି ଠକ ଡାକ୍ତର ଓ ତାଙ୍କ ଅସଲି ପତ୍ନୀ : ରମେଶ ସ୍ୱାଇଁ ଓ ପତ୍ନୀ

0
545
fake doctor ramesh-swain-second-wife-will-be-in-remand-soon

ଭୁବନେଶ୍ୱର: ପୁଣି ରିମାଣ୍ଡରେ ଆସିବେ ନକଲି ଡାକ୍ତର ଓ ତାଙ୍କ ଅସଲି ଡାକ୍ତର ପତ୍ନୀ । ରମେଶ ସ୍ୱାଇଁ ଓ ତାଙ୍କ ପତ୍ନୀ କମଳା ତିର୍କୀ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ରିମାଣ୍ଡରେ ଆଣିବ ମହିଳା ଥାନା ପୋଲିସ । ପୂର୍ବରୁ ରମେଶ ସ୍ୱାଇଁକୁ ୪ ଥର ରିମାଣ୍ଡ ରେ ଆଣି ପଚରାଉଚରା କରାଯାଇଥିବାବେଳେ ଆଜି କମଳା ସ୍ୱାଇଁକୁ କୋର୍ଟ ଚାଲାଣ କରିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିବ ବୋଲି ଜଣାପଡିଛି | ଗତକାଲି ରମେଶ ସ୍ୱାଇଁଙ୍କ ପତ୍ନୀ କମଳାଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ସୂଚନା ମୁତାବକ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ । ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା । ରମେଶ ତାଙ୍କୁ ପାଲରେ ପକାଇଥିଲା । କମଳା ପାରାଦ୍ବୀପସ୍ଥିତ ଇଫ୍‌କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା । ଆଉ ସଫଳ ବି ହୋଇଥିଲା । ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା । ଏହାପରେ ଉଭୟ ସେଠାରେ ମିଶି ରହିଥିଲେ । ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା ।

ସୂଚନାଯୋଗ୍ୟ, ୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ। ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା।

Also Read  ପଛକୁ ପଛ ଅସୁଛି ଓଲିଉଡର ଜଣାଶୁଣା ନାୟିକା ପୁନମଙ୍କ ସିନେମା