ଦେଶରେ କମିଲା ପଜିଟିଭ ରେଟ୍‌ : ଆଉ ୮୭୧ ଜଣଙ୍କ ମୃତ୍ୟୁ

0
305
ଦେଶରେ ସାମାନ୍ୟ କମିଲା
ଦେଶରେ ସାମାନ୍ୟ କମିଲା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ପୁଣି ହ୍ରାସ ପାଇଛି। ଏଥିସହ ଟେଷ୍ଟ ପଜିଟିଭିଟି ରେଟ୍‌ ମଧ୍ୟ କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨,୩୫,୫୩୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୬% କମ।

କରୋନା ମୃତ୍ୟୁ ତାଲିକାରେ ୮୭୧ ଜଣଙ୍କ ନାଁ ଯୋଡ଼ି ହୋଇ ଯାଇଛି। ବାସ୍ତବରେ ୨୪ ଘଣ୍ଟା ମଧ୍ୟରେ କରୋନା ୬୩୧ ଜଣଙ୍କ ଜୀବନ ନେଇଛି। ହେଲେ କେରଳରେ ଚାଲିଥିବା ଅଡିଟ ବେଳେ ଆଉ ୨୫୮ ଜଣଙ୍କ ଜୀବନ ପୂର୍ବରୁ କରୋନାରେ ଯାଇଥିବା ରିପୋର୍ଟ ହୋଇଛି। ତେଣୁ ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତା’ର ମୋଟ କରୋନା ଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦେଇଛି। ଫଳରେ ଗତକାଲି ତୁଳନାରେ ଆଜି କରୋନା ମୃତ୍ୟୁ ତାଲିକାରେ ଆଉ ୮୭୧ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ଗତବର୍ଷ ଅକ୍ଟୋବର ପରେ ସବୁଠାରୁ ଅଧିକ। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୩,୧୯୮କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କ୍ରମାଗତ ୫ ଦିନ ପାଇଁ ଦେଶରେ ୩ ଲକ୍ଷରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୦୮,୫୮,୨୪୧କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୫୪, ୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକାରେ ୩୧,୧୯୮, ତାମିଲନାଡୁରେ ୨୬,୫୩୩, ମହାରାଷ୍ଟ୍ରରେ ୨୪,୯୪୮ ଓ ଆନ୍ଧ୍ର ପ୍ରଦେଶରେ ୧୨,୫୬୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋଟ ସଂକ୍ରମଣର ପ୍ରାୟ ୬୩.୫୯% ରୋଗୀ ଏହି ୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। କେବଳ କେରଳରୁ ୨୩.୧୫% ଆକ୍ରାନ୍ତ ରହିଛନ୍ତି।

ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ୨୪ ଘଣ୍ଟା ମଧ୍ୟରେ ୩,୩୫,୯୩୯ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୮୩,୬୦,୭୧୦କୁ ବଢ଼ିଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ହାର ମୋଟ ସଂକ୍ରମିତ ତୁଳନାରେ ୪.୯୧%। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୧,୨୭୮ କମ। ଏବେ ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୨୦,୦୪,୩୩୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦେଶର ଆରୋଗ୍ୟ ହାର ୯୩.୯୮% ରହିଛି। ପଜିଟିଭିଟି ରେଟ୍ ୧୫.୮%ରୁ ହ୍ରାସ ପାଇ ୧୩.୩%ରେ ପହଞ୍ଚିଛି। ସେହିପରି ସାପ୍ତାହିକ ପଜିଟିଭିଟି ରେଟ୍‌ ୧୬.୮୯% ରହିଛି।

ଚଳିତ ସପ୍ତାହରେ ଦେଶର ୪୦୦ ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦% ଉପରେ ରେକର୍ଡ କରାଯାଇଛି। ଉତ୍ତର ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଦକ୍ଷିଣ ଭାଗରେ ଏହା ବଢ଼ିବା ସମସ୍ତଙ୍କ ଚିନ୍ତାକୁ ବୃଦ୍ଧି କରିଛି। ଅନ୍ୟପକ୍ଷରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରଦାର ହୋଇଛି। ଏଯାଏ ୧୬୪.୦୪ କୋଟି ଡୋଜ୍ର ଟିକାକରଣ ହୋଇଛି। ୯୫% ପ୍ରାପ୍ତ ବୟସ୍କ ଅତିକମରେ କରୋନା ଟିକାର ଗୋଟିଏ ଡୋଜ୍‌ ନେଇଥିବା ବେଳେ ୭୪% ଲୋକ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି।

Also Read  ଆଉ ୨ଲଘୁଚାପ, ୧୦ରୁ ବଢ଼ିବ ଶୀତ : ୧୧ରୁ ଉପକୂଳରେ ପ୍ରବଳ ବର୍ଷା

LEAVE A REPLY

Please enter your comment!
Please enter your name here