ବିବାହିତାଙ୍କୁ ମାରଣାସ୍ତ୍ର ଦେଖାଇ ହାବିଲଦାରଙ୍କ ଦୁଷ୍କର୍ମ

0
805
ଦୁଷ୍କର୍ମ
ଦୁଷ୍କର୍ମ

ଗଞ୍ଜାମ : ପୁଣି ଖାକିରେ ଦାଗ! ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଇଲାକାର ଜଣେ ବିବାହିତା (୨୫)ଙ୍କୁ ଛତ୍ରପୁର ଅଷ୍ଟମ ବାଟାଲିଅନ୍‌ର ହାବିଲ୍‌ଦାର ଗୋପାଳକୃଷ୍ଣ ବେହେରା ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ କେନ୍ଦ୍ରକରି ପୀଡ଼ିତାଙ୍କ ଗାଁରେ ଉତ୍ତେଜନା ଦେଖାଦେଇଛି। ରମ୍ଭା ଥାନାରେ କେସ୍ ନମ୍ବର ୫୬୨/୨୧ ଅନୁସାରେ ଏକ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନାନୁସାରେ, ରମ୍ଭା ସହର ନିକଟ ଲକ୍ଷ୍ମୀପୁର ଗ୍ରାମରେ ରହୁଥିବା ଅଷ୍ଟମ ବାଟାଲିଅନ୍‌ର ହାବିଲଦାର୍ ଗୋପାଳକୃଷ୍ଣ ଗତକାଲି ରାତିରେ ଉକ୍ତ ମହିଳାଙ୍କ ଭଡ଼ାଘରକୁ ଯାଇଥିଲେ । ନିଜକୁ ତାଙ୍କ ସ୍ବାମୀଙ୍କ ସାଙ୍ଗ ବୋଲି ପରିଚୟ ଦେବା ସହ ଅତିଥି ସତ୍କାର ପାଇ ଜଳଖିଆ ମଧ୍ୟ ଖାଇଥିଲେ । ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଲୁଚାଇ ରଖିଥିବା ଏକ ମାରଣାସ୍ତ୍ର ଦେଖାଇ ତାଙ୍କୁ ଦୁଷ୍କର୍ମ କରି ଗୋପାଳକୃଷ୍ଣ ଫେରାର୍ ହୋଇଯାଇଛନ୍ତି। ପରେ ମହିଳା ଜଣକ ବାହାରକୁ ଆସି ଚିତ୍କାର କରିବାରୁ ଗ୍ରାମବାସୀ ଏକାଠି ହୋଇଥିଲେ। ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ମହିଳାଙ୍କୁ ଥାନାକୁ ସାଙ୍ଗରେ ନେଇ ଏତଲା ଦେଇଥିଲେ। ଏହାକୁ ଆଧାର କରି କେସ୍ ନମ୍ବର ୫୬୨ ଅନୁସାରେ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। କିନ୍ତୁ ଗୋପାଳକୃଷ୍ଣ ଏଯାଏ ଫେରାର୍ ‌ଥିବାବେଳେ ତାଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି। ଗୋପାଳକୃଷ୍ଣ ୧୦ ଦିନ ତଳେ ବିବାହ କରିଥିଲେ। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Also Read  Four investment proposals of worth INR 340 Cr receives Government nod