ସମୁଦ୍ର କୂଳରେ ଆଖି ବୁଜିଲା ତିମି : ଆଜି ହେବ ବ୍ୟବଚ୍ଛେଦ

0
545
ସମୁଦ୍ର କୂଳରେ ଆଖି ବୁଜିଲା ତିମି
ସମୁଦ୍ର କୂଳରେ ଆଖି ବୁଜିଲା ତିମି

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରମ୍ଭା ରେଞ୍ଜ ପିଟିଶାଳ ବିଟ୍ ନବା ଗାଁ’ ନିକଟ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ। ଗୁରୁବାର ଅପରାହ୍ନରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲା। ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଲାଗି ଯାଇଥିଲା।

ମାଛଟିର ଲମ୍ବ ପ୍ରାୟ ୩୦ରୁ ୩୫ ଫୁଟ୍ ହେବ। ଓଜନ ପ୍ରାୟ ୨୦ ଟନ୍‌ରୁ ଅଧିକ ହେବ ବୋଲି କୁହାଯାଉଛି। ଗଭୀର ସମୁଦ୍ରରେ ରହୁଥିବା ଏହି ତିମି ମାଛ କିଭଳି ସ୍ଥିତିରେ କୂଳକୁ ଆସିଲା ତାହା ଜଣାପଡ଼ିନାହିଁ। କୌଣସି ଆଘାତ ପାଇ ତିମିଟି ସମୁଦ୍ର କୂଳକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ଗତକାଲି ସନ୍ଧ୍ୟାରେ ତିମି ମାଛଟି ସମୁଦ୍ର କୂଳରେ ଲାଗିଥିଲା। ସେହି ସମୟରେ ମାଛଟି ବଞ୍ଚିଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ପରେ ମତ୍ସ୍ୟଜୀବୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମାଛଟି ମରି ଯାଇଥିଲା। ମାଛଟିକୁ ଜେସିବି ସାହାଯ୍ୟରେ ଉଠାଯାଇ ପୋଷ୍ଟ ମର୍ଟମ ପାଇଁ ପାଠାଯିବ। ପରେ  ଗଭୀର ଗାତ ଖୋଳା ଯାଇ ପୋତା ଯିବ ବୋଲି   ବନ ବିଭାଗ କର୍ମଚାରୀ କହିଛନ୍ତି।

Also Read  CM letters to PM: Demands national importance to NISER