କରୋନା ଚିକିତ୍ସା ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର

0
1446
once again massive-covid-outbreak in chinas sanghai

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ତୃତୀୟ ଲହର ଜାରି ରହିଛି। ଏସବୁ ଭିତରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ ଜାରି କରିଛି। ଯଦି କୌଣସି ବ୍ୟକ୍ତିଙ୍କ କାଶ ୨ରୁ ୩ ସପ୍ତାହ ଯାଏ ଲାଗି ରହିବ, ତା’ହେଲେ ସେମାନେ ଟିବିର ଟେଷ୍ଟ କରିବେ।

ସେହିପରି ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କୁ ଷ୍ଟେରୋଏଡ ଦେଇପାରିବେ ନାହିଁ। ଏଥିସହ ଅତ୍ୟଧିକ କରୋନା ଲକ୍ଷଣ ଦେଖାଯାଉଥିଲେ ହିଁ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କୁ ଏଚଆରସିଟି ଛାତି ସ୍କାନ ପାଇଁ ପରାମର୍ଶ ଦେଇପାରିବେ ବୋଲି ଗାଇଡଲାଇନରେ କୁହାଯାଇଛି। ଏମ୍ସ, ଆଇସିଏମଆର ଓ ଦେଶର କୋଭିଡ-୧୯ ଟାସ୍କ ଫୋର୍ସ ପକ୍ଷରୁ ମିଳିତ ଭାବେ ପ୍ରାପ୍ତ ବୟସ୍କ କରୋନା ରୋଗୀଙ୍କ ଚିକିତ୍ସା ଲାଗି ଏପରି ଗାଇଡଲାଇନ ଜାରି କରାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଅକ୍ସିଜେନ ଆବଶ୍ୟକ କରୁ ନଥିବା ରୋଗୀଙ୍କୁ ଷ୍ଟେରୋଏଡ ଦେବା ଦ୍ୱାରା କୌଣସି ଲାଭ ମିଳୁନି। ଷ୍ଟେରୋଏଡ ଦେବା ଦ୍ୱାରା ଜଣେ କରୋନା ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ଦେଖାଯାଉଛି। ଯଦି ଆମେ ଜଣେ କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଷ୍ଟେରୋଏଡ ବା ଅତ୍ୟଧିକ ପାୱାରଫୁଳ ମେଡିସିନ ଦେବା, ତା’ହେଲେ ଏଥିଯୋଗୁ ବ୍ଲାକ ଫଙ୍ଗସ ଭଳି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ଆବଶ୍ୟକ ଠାରୁ ଅଧିକ ଔଷଧ ଖାଇଲେ ମଧ୍ୟ ଅନ୍ୟ ରୋଗ ଦେଖାଯିବ। ତେଣୁ ଡାକ୍ତର ଓ କରୋନା ଆକ୍ରାନ୍ତ ଏଥିପ୍ରତି ସତର୍କ ରହିବା ଦରକାର।

ଯେଉଁ କରୋନା ଆକ୍ରାନ୍ତଙ୍କ ଶରୀରରେ ସ୍ୱଳ୍ପ ଲକ୍ଷଣ ରହିଛି, ସେମାନଙ୍କୁ ଜ୍ୱର ଓ ପେନ୍ ରିଲିଫ ଔଷଧ ଦିଆଯାଇ ପାରିବ। ଦରକାର ପଡ଼ିଲେ corticosteroid ନାଜାଲ ସ୍ପ୍ରେ ବ୍ୟବହାର କରିପାରିବେ। ମଧ୍ୟମ ଓ ଗୁରୁତର ଲକ୍ଷଣ ଥିବା ଲୋକମାନଙ୍କୁ ହିଁ ସିଟି ସ୍କାନ ଏବଂ ଦାମୀ ରକ୍ତ ନମୁନା କରିବାକୁ ଡାକ୍ତରମାନେ ଚାହିଁଲେ କହିପାରିବେ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ନ କରିବା ଯାଏ ଜଣେ କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ। ଯଦି ଜଣେ କରୋନା ଆକ୍ରାନ୍ତଙ୍କୁ ପ୍ରବଳ ଜ୍ୱର ହେଉଛି କିମ୍ବା ୫ ଦିନ ଯାଏ କାଶ ଲାଗି ରହୁଛି, ତା’ହେଲେ ତାଙ୍କୁ ଡାକ୍ତରଙ୍କ ଚିକିତ୍ସା ଆବଶ୍ୟକ ପଡ଼ିବ।

ନିଃଶ୍ୱାସରେ କଷ୍ଟ ସହ ଅକ୍ସିଜେନ ସ୍ତର ୯୦ରୁ ୯୩% ମଧ୍ୟରେ ରହୁଥିବା ଲୋକମାନଙ୍କୁ ମେଡିକାଲରେ ଆଡମିଟ କରାଯିବ। ଏଭଳି ରୋଗୀଙ୍କୁ ଅକ୍ସିଜେନ ସହାୟତାରେ ରଖାଯିବ। ଅକ୍ସିଜେନ ସ୍ତର ୯୦% ତଳକୁ ରହିଲେ ଜଣେ ରୋଗୀଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି।

Also Read  ବାରୁଦ ଗଦାରେ ପଶ୍ଚିମବଙ୍ଗ: ୨୪ ଘଂଟାରେ ମିଳିଲାଣି ୩୫୦ରୁ ଅଧିକ ଜୀବନ୍ତ ବୋମା

ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଅତି ଜରୁରୀ ସ୍ଥିତିରେ ରେମଡେସିଭିରି ଦିଆଯାଇ ପାରିବ। ତେବେ ବିନା ଅକ୍ସିଜେନ ସହାୟତା ଓ ଘରେ ଥିବା ରୋଗୀ ଏହାର ବ୍ୟବହାର କରିପାରିବେ ନାହିଁ। ଆଇସିୟୁରେ ଆଡିମିସନ ହେବାରୁ ୨୪ରୁ ୪୮ ଘଣ୍ଟା ପରେ ଜଣେ କରୋନା ଆକ୍ରାନ୍ତଙ୍କୁ ocilizumab ଔଷଧ ଦିଆଯାଇ ପାରିବ ବୋଲି ଗାଇଡଲାଇନରେ କୁହାଯାଇଛି।