କଲେଜ ଅଧ୍ୟକ୍ଷ ଓ ସାଲେପୁର ଏସଡିପିଓଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ

0
726
Odisha SEC Revises Expenditure Limit Ahead Of Urban Poll
Odisha SEC Revises Expenditure Limit Ahead Of Urban Poll

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ

ଭୁବନେଶ୍ବର:ମହାକାଳପଡ଼ା ମାଆ ତାରିଣୀ କଲେଜରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗରେ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିସନ ସୁପାରିଶ କରିଛନ୍ତି। ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି। ଆଜି ସନ୍ଧ୍ୟ ସୁଦ୍ଧା ନିର୍ବାଚନ କମିସନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ ପୁଲିସ ଡିଜିଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ତାଙ୍କୁ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି। ଉଭୟଙ୍କ ନାଁରେ ଆଇପିସି ଧାରା ୧୮୮ ଆଧାରରେ ଏତଲା ରୁଜୁ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।

Also Read  Gun Salute for Rabi Ray: The socialist visionary of India