କିଟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ

0
1101
କିଟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ
କିଟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ

February 6

ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍‍ ନିଶଙ୍କ କହିଛନ୍ତି । ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱାର୍ଲ୍ଡ ଇଜ୍‍ ୱାନ୍‍ ବିଷୟବସ୍ତୁ ଉପରେ ବକ୍ତବ୍ୟ ଦେଇ ଶ୍ରୀ ନିଶଙ୍କ ଏହା କହିଛନ୍ତି ।

ସେ କହିଲେଭାରତର ସଂସ୍କୃତିପରମ୍ପରା ଓ ଇତିହାସ ବହୁ ପୁରାତନ । ଭାରତ ବସୁଧୈବ କୁଟୁମ୍ବକମ୍‍ ନୀତିକୁ ଆପଣାଇ ଆସିଛି । ବିଶ୍ୱର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନକାରୀ ଭାବେ ଆଗାମୀ ଦିନରେ ଭାରତ ନେତୃତ୍ୱ ନେବ । ଏହା ସହିତ ବିଶ୍ୱର ସମସ୍ତେ ସୁଖ ଓ ଶାନ୍ତିରେ ରହିବା ହେଉଛି ଭାରତର ନୀତି ।

ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଚିନ୍ତାନାୟକ ରାମ ମାଧବ କହିଲେବିଶ୍ୱ ହେଉଛି ଏକ । ଏହା ହେଉଛି ଜ୍ଞାନ । କିନ୍ତୁ ଏହାକୁ ଠିକ୍‍ ଭାବେ କାମରେ ଲଗାଇବା ହେଉଛି ଆତ୍ମଜ୍ଞାନ । ଏହି ଆତ୍ମଜ୍ଞାନରୁ ଆମକୁ ପରମାନନ୍ଦ ମିଳିଥାଏ । ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜ୍ଞାନ ପ୍ରଦାନ କରିବା ସହ ଏ ପ୍ରକାର ଆତ୍ମଜ୍ଞାନ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ ଜ୍ଞାନ ବିତରଣ କରାଯିବା ସହ ସେମାନଙ୍କୁ ନୈତିକତା ଓ ମାନବିକ ମୂଲ୍ୟବୋଧ ଉପରେ ଶିକ୍ଷା ପ୍ରଦାନ କରାଯିବା ଉଚିତ ।

ଏ ସବୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ଆମକୁ ବିବେକାନନ୍ଦଙ୍କ ଭଳି ଶ୍ରେଷ୍ଠଗୁରୁ ତିଆରି କରିବାକୁ ପଡ଼ିବ ବୋଲି ଶ୍ରୀ ରାମ ମାଧବ କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେକିଟ୍‍ ଓ କିସ୍‍ ବାସ୍ତବରେ ବିଶ୍ୱ ଏକ’ ନୀତିକୁ ଆପଣାଇଛି । କିଟ୍‍ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ମାନବିକ ମୂଲ୍ୟବୋଧଦୟା ଓ କରୁଣା ଉପରେ ପର୍ଯ୍ୟବେଶିତ ଅନୁଷ୍ଠାନ ।

ଏ ସବୁକୁ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାଦିନଠାରୁ କାର୍ଯ୍ୟରେ ପାଳନ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ନ୍ୟାସନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନର ଅଧ୍ୟକ୍ଷ ପ୍ରଫେସର କେ କେ ଅଗ୍ରୱାଲ୍‍ କହିଲେଜ୍ଞାନ ହେଉଛି ଏକ । ତେଣୁ ଆମର ଚିନ୍ତନ ପ୍ରକ୍ରିୟାରେ ସର୍ବଦା ବିଶ୍ୱ ଏକ ବୋଲି ରହିବା ଉଚିତ ।

Also Read  ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲା ୧୩ ମାସର ଶିଶୁ

ୱାର୍ଲ୍ଡ ଲିଡରସିପ୍‍ ଆକାଡେମୀ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଦିନ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ତଥା ଲିଡରସିପ୍‍ ଏକାଡେମୀର ଅଧ୍ୟକ୍ଷା ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେସମଗ୍ର ବିଶ୍ୱର ଶାନ୍ତିନ୍ୟାୟ ଓ ସ୍ଥାୟୀ ବିକାଶ ଜରିଆରେ ବିଶ୍ୱର ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ ଥିବା ବ୍ୟକ୍ତି ବିଶେଷସଂସ୍କୃତିସୃଜନବୈଷୟିକ ଜ୍ଞାନଶିକ୍ଷକଛାତ୍ରଛାତ୍ରୀଗବେଷକପୁଞ୍ଜି ନିବେଶକସର୍ଜନାକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାର ଏହା ଏକ ପ୍ରୟାସ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡ. ସଞ୍ଜୁ ପଣ୍ଡାଭାବା ଆଟୋମିକ୍‍ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତିଚାନ୍ଦିପୁରସ୍ଥିତ ଆଇଟିଆର୍ରବ ନିର୍ଦ୍ଦେଶକ ହରେକୃଷ୍ଣ ରଥଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଦକ୍ଷିଣ କୋରିଆର ବେକସକ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିଓ ସୁ ଚେରୋମାନିଆର ଅରେଲ୍‍ ଭ୍ଲାସିୟୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେଣ୍ଟିନା ବାଲାସକାନସାସ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଶ୍ରୀବାସ୍ତବମେଘାଳୟ ଏନ୍ଆଇଟିର ନିର୍ଦ୍ଦେଶକ ଡ. ବିଭୂତି ଭୂଷଣ ବିଶ୍ୱାଳଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେଇ ସମାନତା ନ୍ୟାୟବୈଚିତ୍ର ମଧ୍ୟରେ ଅନ୍ତର୍ଭୁକ୍ତିସ୍ଥିର ସଂସ୍କୃତିସର୍ଜନା ଜରିଆରେ ବିଶ୍ୱ କିପରି ଏକ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ୱାର୍ଲ୍ଡ ଲିଡରସିପ୍‍ ଆକାଡେମୀର କାର୍ଯ୍ୟକାରୀ ସଦସ୍ୟ ତଥା କିଟ୍‍ ସ୍କୁଲ୍‍ ଅଫ୍‍ କମର୍ସର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।