ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲା ୧୩ ମାସର ଶିଶୁ

0
534
Three More Deaths Due To Snakebite In Odisha
Three More Deaths Due To Snakebite In Odisha

ବରଗଡ଼: ବିଷାକ୍ତ ସାପ ଦଂଶନରେ ଦମ୍ପତିଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ୧୩ ମାସର ଶିଶୁ । ବରଗଡ ଜିଲ୍ଲା ପାଇକମାଲ ଥାନା ଅଧୀନ ଝିଟକି ଗ୍ରାମରେ ଘଟିଛି ଏହି ଅଘଟଣ । ମୃତକମାନେ ହେଲେ ଶଙ୍କର ପ୍ରଧାନ (୨୫) ଓ ତାଙ୍କ ସ୍ତ୍ରୀ ଶାନ୍ତି ପ୍ରଧାନ (୨୩)।

ସୂଚନା ଅନୁସାରେ ପାଇକମାଳ ଥାନା ଅନ୍ତର୍ଗତ ଝିଟକି ଗାଁରେ ଗତକାଲି ରାତିରେ ପରିବାର ଲୋକଙ୍କ ସହିତ ଶଙ୍କର ପ୍ରଧାନ ଓ ତାଙ୍କର ସ୍ତ୍ରୀ ଶାନ୍ତି ଭୋଜନ କରି ଶୋଇବାକୁ ଯାଇଥିଲେ। ମଧ୍ୟରାତ୍ରିରେ ଉଭୟଙ୍କୁ ସାପ କାମୁଡ଼ି ଦେଇଥିଲା। ପରିବାର ଓ ପଡୋଶୀ ଲୋକେ ଉଦ୍ଧାର କରି ସେମାନଙ୍କୁ ପ୍ରଥମେ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶଙ୍କର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଶାନ୍ତିଙ୍କର ଅବସ୍ଥା ଅତ୍ୟଧିକ ଜଟିଳ ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ‌ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ନେଇ ଘିଟିକି ଗାଁରେ ଶୋକର ଛାୟା ଖେଳିଯାଇଛି।

Also Read  Bangladeshi nationals gets passports on submission of fake docs; 24 passports revoked, 5 arrested and 16 still on the run