ବ୍ରେନ୍ ଡ଼େଡ୍ ପରେ କିଡନୀ ଦାନ କରି ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ

0
148
Kidney Stones Can Be Moved Out Of The Ureter With Minimal Pain And No Anesthesia; Study
Kidney Stones Can Be Moved Out Of The Ureter With Minimal Pain And No Anesthesia; Study

ଭୁବନେଶ୍ୱର: ବ୍ରେନ୍ ଡ଼େଡ୍ ହେବା ପରେ ୫ ବର୍ଷର ଶିଶୁ ବଞ୍ଚାଇଲେ ଦୁଇ ଜୀବନ । ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ବଞ୍ଚାଇଲେ ଦୁଇ ଦୁଇଟି ଜୀବନ । ଶିଶୁର ବ୍ରେନ୍ ଡେଡ୍ ପରେ କିଡ୍‌ନୀ ଦାନ କଲେ ପରିବାର । ଜଗତସିଂହପୁର ବାଲିକୁଦା ବ୍ଲକ ଈଶ୍ୱରପୁର ଗାଁର ୫ବର୍ଷର ଶିଶୁ ସୁଧାଂଶୁଙ୍କ ବ୍ରେନ୍ ଡେଡ୍ ପରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ ତାଙ୍କ ବାପା ମାଆ । ସୁଧାଂଶୁଙ୍କ ୨ଟି ଯାକ କିଡନି ଦାନ କରିଥିଲେ । ଦୁଇଟି କିଡନୀରୁ ଗୋଟିଏ କଟକର ଜଣେ ୩୨ ବର୍ଷୀୟ ଯୁବକ ଏବଂ ଭୁବନେଶ୍ୱରର ଜଣେ ୫୨ ବର୍ଷୀୟା ମହିଳାଙ୍କ ଶରୀରରେ ପ୍ରତିରୋପଣ ହୋଇଛି । ଏଭଳି ପ୍ରତିରୋପଣ ଓଡ଼ିଶାରେ ବିରଳ । ଏହାକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ସମୀରନ ଦାସ ଅଧିକାରୀ ଓ ତାଙ୍କ ଟିମ୍ ।

ବ୍ରେନ୍ ବା ମସ୍ତିଷ୍କ ଅଚଳ ହୋଇ ପଡିବାରୁ ପିଲାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ପିଲାର ବଂଚିବାର ଆଶା ନଥିବାରୁ କିଡନୀ ଦାନ କରିବାକୁ ପରିବାର ପକ୍ଷରୁ ହସ୍ପିଟାଲକୁ ଜଣାଇ ଦିଆଯାଇଥିଲା । କିଡନୀ ଦାନ ଓ ପ୍ରତ୍ୟାରୋପଣ ନିୟମ ଅନୁଯାୟୀ କିମ୍ସ ହସ୍ପିଟାଲ୍ ପକ୍ଷରୁ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍କୁ ଜଣାଇ ଦିଆଯାଇଥିଲା । ଏହି ସଂସ୍ଥାରେ ରାଜ୍ୟର ସବୁ ସରକାରୀ-ବେସରକାରୀ ଡାକ୍ତରଖାନାରେ କିଡନୀ ପ୍ରତ୍ୟାରୋପଣ ଏବଂ ଟ୍ରାନ୍ସପ୍ଲାଂଟ ଅପେକ୍ଷାରେ ଥିବା ରୋଗୀଙ୍କ ତାଲିକା ରହିଥାଏ । କିଡନୀ ମିଳିଲେ ତାଲିକାର ପ୍ରଥମରେ ଥିବା ରୋଗୀଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଇଥାଏ । ଶେଷରେ ଆପୋଲୋ ହସପିଟାଲରେ କିଡନୀ ପ୍ରତିରୋପଣ କରାଯାଇଥିବା ସୂଚନା ମିଳିଛି । ଆପୋଲୋ ହସପିଟାଲରେ ଡାକ୍ତର ସମୀରଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍, ଦୁଇ ଜଣଙ୍କ ଠାରେ କିଡନୀ ପ୍ରତିରୋପଣ କରିଥିବା ଜଣାପଡିଛି । ବାପାମାଆ ସେମାନଙ୍କ ମୃତ ପିଲାଙ୍କ ଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି ।

Also Read  ନେପାଳରେ ଯାତ୍ରୀବାହୀ ବିମାନ ନିଖୋଜ, ୪ ଭାରତୀୟଙ୍କ ସମେତ ବିମାନରେ ଥିଲେ ୨୨ ଯାତ୍ରୀ

LEAVE A REPLY

Please enter your comment!
Please enter your name here