କୁଆଡେ ଗଲା ବାଘୁଣୀ, ମାସେ ହେଲା ମିଳୁନି ଖୋଜଖବର

0
1588
କୁଆଡେ ଗଲା ବାଘୁଣୀ
କୁଆଡେ ଗଲା ବାଘୁଣୀ

ଅନୁଗୁଳ: ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ? ସାତକୋଶିଆରେ ବାଘୁଣୀ ନିଖୋଜ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ । ମାସେ ହେଲା ବାଘୁଣୀର ଖୋଜଖବର ମିଳୁନି । ଏଣୁ ବାଘୁଣୀ ଅନ୍ୟ ଅଞ୍ଚଳକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ସାତକୋଶିଆ ବାଘ ନନ୍ଦନକାନନରେ ଦେଖିବାକୁ ମିଳିଛନ୍ତି ।

ପିସିସିଏଫଙ୍କ କହିବା ମୁତାବକ, ଗତ ଏକମାସ ହେଲା କିଛି କ୍ୟାମେରା ବାଘଗଣନା ପାଇଁ ସ୍ଥାନାନ୍ତର କରାଯାଇଛି ।  ଏବେ ପୁଣି ସେହି ଜାଗାରେ କ୍ୟାମେରା ଲଗାଇଲେ, ବାଘ ଅଛନ୍ତି ନା ନାହିଁ ଜଣାପଡ଼ିବ । ଗତ କିଛିଦିନ ତଳେ ଏକ ସମ୍ବର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଏଣୁ ବାଘୁଣୀ ବଞ୍ଚିଥିବା ଅନୁମାନ କରାଯାଉଛି ।

Also Read  ଦି କଶ୍ମୀର ଫାଇଲ୍ସ : ସମାଲୋଚନା କରି ଫସିଲେ ସ୍ୱରା