ଦିଲ୍ଲୀରେ ଆଜି୧୪,୦୦୦ କେସ୍ ଆସିପାରେ

0
1713
ପୁଣି ଦୈନିକ ସଂକ୍ରମଣ କମିଲା
ପୁଣି ଦୈନିକ ସଂକ୍ରମଣ କମିଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଖସୁଛି କରୋନା ମାମଲା। ଲଗାତାର ଚତୁର୍ଥ ଦିନରେ ଆଜି ସଂକ୍ରମଣ ମାମଲାର ଦ୍ରୁତ ହ୍ରାସ ଘଟିପାରେ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଆଜି ଦିଲ୍ଲୀରେ ୧୪,୦୦୦ କେସ୍ ଆସିପାରେ ବୋଲି ସତ୍ୟେନ୍ଦ୍ର ଆକଳନ କରିଛନ୍ତି। ସେ କହିଛନ୍ତି ଯେ, ଆମେ ୧୩ ହଜାରରୁ ୧୪ ହଜାର ସମ୍ଭାବ୍ୟ କେସ ନେଇ ଆକଳନ କରୁଛୁ । ଗତକାଲିଠାରୁ ବହୁ କମ ସଂଖ୍ୟକ ମାମଲା ଆସିବ ବୋଲି ଆଶା କରାଯାଉଛି। ରବିବାର ଦିଲ୍ଲୀରେ ୧୮,୨୮୬ଟି ମାମଲା ରେକର୍ଡ଼ କରାଯାଇଥିବା ବେଳେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା।

ପଜିଟିଭିଟି ହାର ୩୦.୬୪ ପ୍ରତିଶତରୁ  ୨୭.୮୭ ପ୍ରତିଶତକୁ ଖସିଥିଲା। ତେବେ ଜାତୀୟ ରାଜଧାନୀରେ କୋଭିଡ ମାମଲା ଅନିୟନ୍ତ୍ରିତ ବୃଦ୍ଧି ହେତୁ ଦିଲ୍ଲୀକୁ ଲାଗିଥିବା ହରିୟାଣାର  ତିନୋଟି ଜିଲ୍ଲା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ହରିୟାଣା ମନ୍ତ୍ରୀ ଅନୀଲ ଭିଜ୍ କହିଥିଲେ।

ତେବେ ଅନିଲଙ୍କୁ ସତ୍ୟେନ୍ଦ୍ର ଜବାବ ଦେଇ କହିଛନ୍ତି ଯେ, ଏହା ହେଉଛି ତାଙ୍କର ରାଜନୈତିକ ବୟାନ। ହରିୟାଣାର କେତେ ଲୋକ ଦିଲ୍ଲୀରେ ପଜିଟିଭ ହେଉଛନ୍ତି ମୁଁ ଜାଣିଛି ବୋଲି ସତ୍ୟେନ୍ଦ୍ର କହିଛନ୍ତି । ଦିଲ୍ଲୀ ବାହାରୁ ପ୍ରାୟ ୧୦୦୦ ଲୋକ ପଜିଟିଭ ଚିହ୍ନଟ ହେଉଛନ୍ତି ବୋଲି ସେ କହିଛନ୍ତି। ଦିଲ୍ଲୀରେ ସାପ୍ତାହିକ କର୍ଫ୍ୟୁ ଏବଂ କଟକଣା ଯୋଗୁ ସଂକ୍ରମଣକୁ ନିୟନ୍ତ୍ରଣ ହୋଇପାରିଲା ବୋଲି ସେ କହିଛନ୍ତି । ସରକାରଙ୍କ ଆଗୁଆ ପଦକ୍ଷେପ କରୋନାକୁ ମୁକାବିଲା କରିବାରେ ସହାୟକ ହୋଇଛି। ଆମେ ଲଗାତାର ସ୍ଥିତି ପରେ ନଜର ରଖିଛୁ ବୋଲି ସେ କହିଛନ୍ତି । ତେବେ ଦିଲ୍ଲୀରେ ଟେଷ୍ଟ ସଂଖ୍ୟା ହ୍ରାସ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦିନକୁ ୩ ଥର ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସେହିପରି ହସପିଟାଲରେ ରୋଗୀଙ୍କ ଆଡମିଶନ ସଂଖ୍ୟା ହ୍ରାସ ପାଉଛି ବୋଲି ସେ କହିଛନ୍ତି । କୋଭିଡ ମାମଲା ପିକ୍‌ ଛୁଇଁ ଖୁବଶୀଘ୍ର ଖସିବ ବୋଲି ଗତ ସପ୍ତାହରେ କହିଥିଲେ ସତ୍ୟେନ୍ଦ୍ର ଜୈନ୍।

Also Read  Cabinet approves Rs. 15,000 Crore for ''India COVID-19 Emergency Response and Health System Preparedness Package"