ପ୍ରିୟଙ୍କାଙ୍କ ହାତ ଛାଡି ଗେରୁଆ ଗଡରେ କଂଗ୍ରେସର ପୋଷ୍ଟର ଗାର୍ଲ

0
765

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢ଼ୁଥିବା ମହିଳା ନିର୍ଯ୍ୟାତନା ବିରୁଧରେ ଜୋରଦାର ଲଢ଼େଇ କରିବାକୁ ଯାଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ‘ଲଡକୀ ହୁଁ ଲଢ଼ ସତକୀ ହୁଁ’ ନାରା ଦେଇଥିଲେ। ଆଉ ଏଥିପାଇଁ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ପୋଷ୍ଟର ଗାର୍ଲ କାରିଥିଲା କଂଗ୍ରେସ। ଏହା ରାଜ୍ୟରେ ବଢ଼ୁଥିବା ମହିଳାଙ୍କ ଅପରାଧ ବିରୋଧରେ ପ୍ରଚାର ପାଇଁ ଏକ ବଡ ନାରା ସାଜିଥିଲା। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। କିନ୍ତୁ ଆସନ ବୁଝାମଣାର ଗଣିତରେ ନିରାଶ ହୋଇ ଏବେ ଏହି ପୋଷ୍ଟର ଗାର୍ଲ ପ୍ରିୟଙ୍କା ଗାନ୍ଧିଙ୍କ ‘ହାତ’ ଛାଡି ଗେରୁଆ ଗଡରେ ପାଦ ଥାପିଛନ୍ତି।

ଆଜି କଂଗ୍ରେସର କାନି ଛାଡି ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି କଂଗ୍ରସେର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ। ଟକେଟ ନମିଳିବାକୁ ନେଇ ଅସନ୍ତୋଷ ହୋଇ ସେ ବିଜେପିରେ ମିଶିଛନ୍ତି। ଫଳରେ କଂଗ୍ରେସ ବିଜେପି ବଡ ଝଟ୍‌କା ଦେଇଛି। ‘ବିଜେପିର ନୀତିରେ ମୁଁ ଅନୁପ୍ରାଣିତ ହୋଇଛି। ବିଜେପି ଉପରେ ମୋର ଭରସା ରହିଛି। ଯଦି ନେତୃତ୍ୱ ମୋ ଉପରେ ବିଶ୍ୱାସ କରିବ ତେବେ ନିର୍ବାଚନୀ ମଇଦାନରେ ମୁଁ ନିଶ୍ଚିତ ରୂପେ ଓହ୍ଲାଇବି ବୋଲି କହିଛନ୍ତି ପ୍ରିୟଙ୍କା।’

ଉତ୍ତର ପ୍ରଦେଶ ମହିଳା କଂଗ୍ରେସର ଉପ ସଭାପତି ଥିବା ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି, ‘କଂଗ୍ରେସ ମୋ ଫଟୋ, ମୋ ନାଁ ଓ ସୋଶାଲ ମିଡିଆରେ ମୋର ୧୦ ଲକ୍ଷ ଫଲୋଅର୍ସଙ୍କୁ ନେଇ ନିଜର ପ୍ରଚାର କଲେ। କିନ୍ତୁ ନିର୍ବାଚନ ବେଳେ ଯେତେବେଳେ ଟିକେଟ ଦେବାର ସମୟ ଆସିଲା ସେତେବେଳେ ସେମାନେ ଏହାକୁ  ଆଉ କାହାକୁ ଦେଇଦେଲେ। ଏହା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ସେମାନେ ଏପରି କରିବେ ବୋଲି ଆଗରୁ ନିଷ୍ପତ୍ତି ନେଇଥିଲେ। ମୁଁ ଓବିସି ବର୍ଗରୁ ଆସିଥିବାରୁ ମୋତେ ଟିକେଟ ମିଳିନି। ମୁଁ ପ୍ରିୟଙ୍କା ଗାନ୍ଧିଙ୍କ ସଚିବ ସନ୍ଦୀପ ସିଂହଙ୍କୁ ଲାଞ୍ଚ ଦେଇ ପାରି ନଥିଲି। ଏଥିପାଇଁ ସେମାନେ ମୋତେ ଟିକେଟ ଦେଇନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।’

ସୂଚନା ମୁତାବକ, କଂଗ୍ରସେ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ‘ଲଡକୀ ହୁଁ ଲଢ଼ ସକତୀ ହୁଁ’ ଅଭିଜାନ ଜରିଆରେ ସାରା ରାଜ୍ୟରେ ମାରାଥନ ଆୟୋଜନ କରିଥିଲା। କିନ୍ତୁ କରୋନା ମାମଲା ବଢ଼ୁଥିବା ଦେଖି ଏହାକୁ ସ୍ଥଗିତ କରିି ଦିଆଯାଇଥିଲା। ଆସନ୍ତା ଫେବ୍ରୁଆରୀ ୧୦ ତାରିଖରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବ। ୭ଟି ପର୍ଯ୍ୟାୟରେ ଏଠି ଭୋଟିଂ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ।

Also Read  Rahul questions Modi's silence on rape cases, atrocities against women