କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

0
1345

ଭଦ୍ରକ : କଥାରେ ଅଛି ରଖେ ହରି ତ ମାରେ କିଏ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଏପରି ଅଘଟଣ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଛେଳିଆ ନେଇରେ ଘଟିଛି । ଲୋକମାନେ ନଦୀର ମାଛ ଧରୁଥିଲେ ହେଲେ ହଠାତ୍ ଏହି ସମୟରେ କେଉଁଠୁ କୁମ୍ଭୀର ଆସି ଯୁବକ ଗଗନ ନାଏକଙ୍କୁ ଝାମ୍ପି ନେଇଥିଲା ।

ସ୍ଥାନୀୟ ଲୋକମାନେ ହୋ ହୋ କରି ଆସି ଗଗନଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତିହିଡି ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Also Read  ଶ୍ରୀମନ୍ଦିର ସମ୍ମୁଖରେ ସ୍ଥିତି ଅସମ୍ଭାଳ: ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ