କେତେକ ବିମାନସେବା ଆମେରିକା ଉଡ଼ାଣ ବାତିଲ୍ କରିଛନ୍ତି

0
914
ୟୁକ୍ରେନ ରୁ ଭାରତୀୟ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି
ୟୁକ୍ରେନ ରୁ ଭାରତୀୟ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି

ଜାନୁଆରୀ ୧୯

ଆମେରିକାର ବିମାନ ବନ୍ଦରରେ ଆଜିଠୁ ଆରମ୍ଭ ହୋଇଛି 5G ଇଣ୍ଟରନେଟ୍‌ ସେବା। ତେବେ ଏହି 5G ସେବା ବିମାନ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଏମିରେଟ୍ସ, ,ଏୟାର ଇଣ୍ଡିଆ, ଏଏନ୍ଏ ଏବଂ ଜାପାନ ଏୟାରଲାଇନ୍ସ ଭଳି ପ୍ରମୁଖ ବିମାନ କମ୍ପାନୀ କିଛି ବିମାନକୁ ବାତିଲ କରିବାକୁ ଘୋଷଣା କରିଛନ୍ତ I
ବୋଷ୍ଟନ, ଚିକାଗୋ, ଡାଲାସ୍-ଫୋର୍ଟ ୱର୍ଥ, ହ୍ୟୁଷ୍ଟନ୍, ମିଆମି, ନ୍ୟୁୟର୍କ, ଅର୍ଲାଣ୍ଡୋ, ସାନ ଫ୍ରାନ୍ସିସ୍କୋ ଏବଂ ସିଆଟେଲ ପରି ଆମେରିକାର କେତେକ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି ବୋଲି ଏମିରେଟ୍ସ,ପକ୍ଷରୁ କୁହାଯାଇଛି I

ଏୟାର ଇଣ୍ଡିଆ ମଧ୍ୟ କେତେକ ବିମାନ ଚଳାଚଳ ସ୍ଥଗିତ ରଖିଛି I

ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଅନୁଯାୟୀ, ସି-ବ୍ୟାଣ୍ଡ 5G ସିଗନାଲ୍ କିଛି ବିମାନରେ ବ୍ୟବହୃତ ରାଡାର ଆଲ୍ଟିମିଟରରେ ବାଧା ସୃଷ୍ଟି କରି ସୁରକ୍ଷା ସମସ୍ୟା ସୃଷ୍ଟି କରିପାରେ |

ବୋଇଙ୍ଗ 777 ବିମାନ ଚଳାଉଥିବା ସମସ୍ତ ବିମାନ ସେବା ଉପରେ ବୋଇଙ୍ଗ ବିମାନ ଉଡ଼ାଣ ପ୍ରତିବନ୍ଧକ ଘୋଷଣା କରିଛି।

ଜାପାନ ଏୟାରଲାଇନ୍ସ ମଧ୍ୟ ବୋଇଙ୍ଗ ପକ୍ଷରୁ କରାଯାଇଥିବା ଏକ ବିଜ୍ଞପ୍ତି ର ଉଲ୍ଲେଖ କରି କହିଛି ଯେ’ ଏହା କୁହାଯାଇଥିଲା ଯେ, “ଜାନୁଆରୀ 19, 2022 ରେ ଆମେରିକାରେ ଆରମ୍ଭ ହେବାକୁ ଥିବା ମୋବାଇଲ୍ ଫୋନ୍ ପାଇଁ 5G ସିଗନାଲ, ବୋଇଙ୍ଗ 777 ରେ ସ୍ଥାପିତ ରେଡ଼ିଓ ତରଙ୍ଗ ଆଲ୍ଟିମିଟରରେ ବାଧା ସୃଷ୍ଟି କରିପାରେ।”

 

Also Read  India's July domestic air passenger traffic up 21%