କେମିତି ବ୍ୟାଙ୍କ ଆକାଉଣ୍ଟରୁ ଖାଲି କରୁଥିଲା ଜମତାରା ଗ୍ୟାଙ୍ଗ ? ଜାଣନ୍ତୁ….

0
417

ଭୁବନେଶ୍ୱର : ଶିକ୍ଷିତ ବା ଅପାଠୁଆଙ୍କୁ କିପରି ଠକୁଥିଲେ ଜମତାରା ଗ୍ୟାଙ୍ଗ ? ଏହାର ଏକ ଭିଡିଓ ଜାରି କରିଛି କ୍ରାଇମବ୍ରାଞ୍ଚ । ଏହି ଗ୍ୟାଙ୍ଗ ଲୋକଙ୍କ ସହିତ ଗ୍ରାହକଙ୍କ ପରି ବ୍ୟବହାର କରି ବିଶ୍ୱାସଭାଜନ ହେଉଥିଲା । ପରେ ବିଭିନ୍ନ ଉପାୟ କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି କରିଦେଉଥିଲା ଏହି ଜମତାରା । ତେଣୁ କୌଣସି ବ୍ୟକ୍ତି ଫୋନ ମାଧ୍ୟମରେ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ମାଗିଲେ ନଦେବାକୁ ସତର୍କ କରାଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଜମତାରା ଗ୍ୟାଙ୍ଗ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଲୋକଙ୍କୁ ଫୋନ କଲ କରୁଥିଲା । କଲ କରି ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାକୁ ଚାହୁଁଛନ୍ତି କି? ଏହା ପରେ ବ୍ୟାଙ୍କ ବ୍ୟାନେଜରଙ୍କୁ ଫୋନ ଟ୍ରାନ୍ସଫର କରୁଛି ବୋଲି କହିଥାଏ ଏହି ଠକ । ଆଉ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେବା ସହିତ କେୱାଇସି ଫର୍ମ ଅଫଡେଟ କରିବାକୁ ଲୋକଙ୍କୁ କହୁଛି । କେୱାଇସି ଅପଡେଟ ବାହାନାରେ ଏଟିଏମ କାର୍ଡର ୧୬ ଟିକିଆ ନମ୍ବର ମାଗିଥାଏ । ତ’ପରେ ଏଟିଏମ୍‌ର ଏକ୍ସପାରୀ ଡେଟ ଅଛି କି ନାହିଁ ପଚାରିବା ସହିତ ସେହି ନମ୍ବରଟିକୁ ବି ହାତେଇଥାଏ । ଶେଷରେ ଲୋକଙ୍କ ମୋବାଇଲକୁ ଏକ କୋଡ୍ ଯାଇଛି, ତାକୁ ମାଗି ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି କରିଦିଅନ୍ତି ଏହି ଜମତାରା ଗ୍ୟାଙ୍ଗ ।

ଜମତାରା ଗ୍ୟାଙ୍ଗ ଗିରଫ ଘଟଣାରେ ମଧ୍ୟ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ସାଇବର ଠକଙ୍କ ବିରୋଧରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଛି । ସେହିପରି ବ୍ୟାଙ୍କିଂ ଡାଟା ଦେଉଥିବା ବ୍ୟକ୍ତିଙ୍କ ସୁରାକ ପାଇଛି କ୍ରାଇମବ୍ରାଞ୍ଚ । ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇରର ବୋଲି ଜଣାପଡ଼ିଛି । ୨୦ ହଜାର ବ୍ୟାଙ୍କିଂ ଡାଟା ଦେବାକୁ ୫ ହଜାର ନେଉଥିଲା ସେହ ବ୍ୟକ୍ତି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡଖଣ୍ଡର । ତେବେ ଏହି ଗ୍ୟାଙ୍ଗ ଓଡ଼ିଶାରେ କାହାକୁ ଠକି ନଥିବା ଜଣାପଡ଼ିନି । କେବଳ ମୁମ୍ବାଇରେ ଥିବା ଜଣେ ଓଡ଼ିଆ ଲୋକଙ୍କୁ ଠକି ଥିବା ଜଣାପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

Also Read  କରୋନା ତୃତୀୟ ଲହରର ଭୟ ଘାରିଲା : ବୟସ୍କ ଓ ଶିଶୁଙ୍କ ମଧ୍ୟରେ କରୋନା ସଂକ୍ରମଣ ହାର କେତେ ? ଜାଣନ୍ତୁ...

LEAVE A REPLY

Please enter your comment!
Please enter your name here