ଖସୁଛି ସଂକ୍ରମଣ, ରାଜ୍ୟରେ ୩,୦୮୬ ପଜିଟିଭ ଚିହ୍ନଟ

0
237

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୫୪ ଜଣ ଅଛନ୍ତି। ସେହିପରି ୧,୭୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୨୮୯ ଟି ହେଉଛି ଲୋକାଲ୍ କେସ୍‌।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୮୨, ବାଲେଶ୍ୱରରୁ୭୬, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୭୬, ବୌଦ୍ଧରୁ୧୬, କଟକରୁ ୩୨୫, ଦେବଗଡ଼ରୁ ୬୯, ଢେଙ୍କାନାଳରୁ ୭୧, ଗଜପତିରୁ ୬୩, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୭୪, ଯାଜପୁରରୁ୧୪୯, ଝାରସୁଗୁଡ଼ାରୁ୬୯, କଳାହାଣ୍ଡିରୁ୭୭, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ା ୪୯, କେନ୍ଦୁଝରରୁ ୩୯ ଓ  କୋରାପୁଟରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ୧୦୯, ନବରଙ୍ଗପୁରରୁ ୮୪, ନୟାଗଡ଼ରୁ୧୧୦, ନୂଆପଡ଼ାରୁ୧୦୬, ପୁରୀରୁ ୪୨, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୭୫ ,ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୧୬ ଓ ଷ୍ଟେଟ୍‌ ପୁଲ୍‌ରୁ ୧୨୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର  ୩୨୬ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୧୫୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୪୨,୦୯୮ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୬୨୯କୁ ବୃଦ୍ଧି ପାଇଛି।

ରାଜ୍ୟରେ  ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।  ଅଡିଟ୍ ପ୍ରୋସେସରେ ଆଉ ୧୭ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦିଆଯାଇଛି।   କଟକ ଜିଲ୍ଲାରୁ ସର୍ବାଧିକ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ମାଲକାନଗିରି, ରାୟଗଡ଼ାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି।

Also Read  ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁ ସାରିଥିବା ଜଣାପଡୁଛି

LEAVE A REPLY

Please enter your comment!
Please enter your name here